ଏଲଓସି‌ରେ ଏବେ ବି ଆତଙ୍କବାଦୀ ଶିବିର ସକ୍ରିୟ

ନୂଆଦିଲ୍ଲୀ: ବାଲାକୋଟ ବିମାନ ଆକ୍ରମଣ ପରେ ପାକିସ୍ତାନ ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟସ୍ଥ ସମସ୍ତ ଆତଙ୍କବାଦୀ ଶିବିର ଏବଂ ଲଞ୍ଚ୍‌ ପ୍ୟାଡ୍‌ ଗୁଡ଼ିକ ବନ୍ଦ କରିଦେଇଥିବା ଜଣାପଡ଼ିଥିଲା। ପାକିସ୍ତାନ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଥା କହୁଛି। କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ପିଓକେ‌ରେ ଏବେ ଆତଙ୍କବାଦୀ ତାଲିମ ଶିବିର ଏବଂ ଲଞ୍ଚପ୍ୟାଡ୍‌ ସକ୍ରିୟ ରହିଛି ବୋଲି ଲେଫ୍ଟନାଣ୍ଟ୍‌ ଜେନେରାଲ ରନବୀର ସିଂହ ଆଜି ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କହିଛନ୍ତି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ପାଇଁ ପାକିସ୍ତାନକୁ ବିଶ୍ବ ସମୁଦାୟରୁ ଚାପ ପଡ଼ୁଥିଲେ ମଧ୍ୟ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିନାହିଁ। ପୂର୍ବବତ୍‌ ଶିବିର ଗୁଡ଼ିକ ସକ୍ରିୟ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର