ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ ଓ କଶ୍ମୀରର ବିଜେପି ନେତା ଅନଓ୍ଵର ଖାନ୍‌

ନୂଆଦିଲୀ: ବିଜେପି ନେତା ଅନଓ୍ଵର ଖାନ୍‌ ଗୁରୁବାର ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି । କିନ୍ତୁ ସେ ଏହି ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳି ବର୍ଷା ଚାଲିଥିଲା । ଆତଙ୍କବାଦୀମାନେ ପୁଲଓ୍ଵାମା ଜିଲ୍ଳାର ଖାନ୍‌ମୋହ ଅଞ୍ଚଳରେ ଥିବା ଏକ ଘରଭିତରୁ ଆକ୍ରମଣ କରୁଥିଲେ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଘଟଣା ଅପରାହ୍ନରେ ଘଟିଥିଲା । ତିନି ଜଣ ଆତଙ୍କବାଦୀ ଅନଓ୍ଵର ଖାନ୍‌ଙ୍କ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣର କରିଥିଲେ । ଏହି ଆକ୍ରମଣରେ ସିଆରପିଏଫ୍‌ ଯବାନ ପ୍ରଦୀପ କୁମାରଙ୍କ ଡାହଣ କାନ୍ଧରେ ଏକ ଗୁଳି ବାଜିବାରୁ ସେ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ବିଜେପି ନେତା ସୁରକ୍ଷିତ ଅଛନ୍ତି । କୁହାଯାଉଛି, ଆତଙ୍କବାଦୀମାନେ ସୁରକ୍ଷା କର୍ମାଙ୍କ ବନ୍ଧୁକ ଛଡାଇବା ପାଇିଁ ଉଦ୍ୟମ କରିଥିଲେ କିନ୍ତୁ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଆତଙ୍କବାଦୀମାନେ ପଛକୁ ଫେରି ପଲାଇଥିଲେ ।

ସମ୍ବନ୍ଧିତ ଖବର