ନୂଆଦିଲ୍ଲୀ: କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇଛି। ନିରାପତ୍ତା ବଳ ଆତଙ୍କବାଦୀଙ୍କ ବିରୋଧରେ ବିଶେଷ ସଫଳତା ହାସଲ କରିବା ସହ କଶ୍ମୀର ଉପତ୍ୟକାରେ ହିଂସାକାଣ୍ଡ ଘଟଣା ମଧ୍ୟ କମିଛି।
ଧାରା ୩୭୦ ଉଚ୍ଛେଦ ହେବା ପରେ ସମଗ୍ର କଶ୍ମୀରରେ ଆତଙ୍କବାଦ ସହ ସମ୍ପୃକ୍ତିଥିବା ଘଟଣା ପ୍ରାୟ ୩୬% ହ୍ରାସ ପାଇଛି। ୨୦୧୯ ଜୁଲାଇରେ ୧୮୮ଟି ଆତଙ୍କବାଦ ସହ ଜଡ଼ିତ ଘଟଣା ରେକର୍ଡ ହୋଇଥିବା ବେଳେ ୨୦୨୦ ଜାନୁଆରି ମାସରୁ ଜୁଲାଇ ୧୫ ତାରିଖ ମଧ୍ୟରେ ତାହା ୧୨୦କୁ ହ୍ରାସ ପାଇଛି। ୨୦୧୯ରେ କଶ୍ମୀରରେ ୫୧ଟି ଗ୍ରେନେଡ୍ ଆକ୍ରମଣ ହୋଇଥିବା ବେଳେ ୨୦୨୦ ଜାନୁଆରି ୧ରୁ ଜୁଲାଇ ୧୫ ମଧ୍ୟରେ ଗ୍ରେନେଡ୍ ଆକ୍ରମଣ ସଂଖ୍ୟା ମାତ୍ର ୨୧।
/sambad/media/post_attachments/wp-content/uploads/2020/07/security.jpg)
୨୦୧୯ରେ କଶ୍ମୀର ଉପତ୍ୟକାରେ ୭୫ଜଣ ନିରାପତ୍ତା କର୍ମଚାରୀ ସହିଦ ଏବଂ ୨୩ ଜଣ ସାଧାରଣ ନାଗରିକ ନିହତ ହୋଇଥିବା ବେଳେ ୨୦୨୦ ଜାନୁଆରି ପହିଲାରୁ ଜୁଲାଇ ୧୫ ମଧ୍ୟରେ ୩୫ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୨୨ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି।
ସେହିଭଳି ୨୦୧୯ରେ କଶ୍ମୀର ଉପତ୍ୟକାରେ ୬ଟି ଆଇଇଡି ଆକ୍ରମଣ ହୋଇଥିବା ବେଳେ ୨୦୨୦ ଜାନୁଆରି ପହିଲାରୁ ଜୁଲାଇ ୧୫ ମଧ୍ୟରେ ୧ଟି ଆଇଇଡି ଆକ୍ରମଣ ହୋଇଛି।
୨୦୨୦ରେ ଏପର୍ଯ୍ୟନ୍ତ କଶ୍ମୀର ଉପତ୍ୟକାରେ ସମୁଦାୟ ୧୧୦ ସ୍ଥାନୀୟ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସେମାନଙ୍କ ମଧ୍ୟରୁ ୫୦ଜଣ ହେଉଛନ୍ତି ହିଜବୁଲ ମୁଜାହିଦୀନ ଗୋଷ୍ଠୀର ଏବଂ ଜଣ ଲଶ୍କର୍-ଏ-ତୈବାର ୨୦ ଓ ଜୈସ୍-ଏ-ମହମ୍ମଦର ୨୦ ଜଣ। ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ୪୦% ହ୍ରାସ ପାଇଥିବା ଏହି ରିପୋର୍ଟରେ ଉଲ୍ଲେଖ ଅଛି।