ଡେରାଡୁନ : ଉତ୍ତରାଖଣ୍ଡର ଯୋଶୀମଠରେ ଘରମାନଙ୍କରେ ବିଶାଳକାୟ ଫାଟ ଦେଖାଦେବାର ପ୍ରାୟ ଦେଢ଼ ମାସ ପରେ ପୁଣି ବ୍ୟାପକ ଅଂଚଳରେ ନୂଆ ଫାଟ ଯୋଗୁଁ ଆତଙ୍କ ଖେଳିଯାଇଛି। ଯୋଶୀମଠ ସହରରେ ରାସ୍ତା ଉପରେ ପ୍ରାୟ ୨ ଫୁଟ୍‌ ଚଉଡ଼ାର ଏବଂ ଅଧକିମି ପର୍ଯ୍ୟନ୍ତ ବଡ଼ ଫାଟ ସୃଷ୍ଟି ହୋଇଛି। ଫାଟଗୁଡ଼ିକ ବଢ଼ିବାରେ ଲାଗିଛି।

Advertisment

ଶ୍ରୀ ‌ଦେବ ସୁମନ ଉତ୍ତରାଖଣ୍ଡ ୟୁନିଭର୍ସିଟିର ୪ ବିଶେଷଜ୍ଞ ଟିମ୍‌ ସର୍ଭେ ପରେ ଜାଣିପାରିଛନ୍ତି ଯେ ପ୍ରାୟ ୩୦ ପ୍ରତିଶତ ଅଞ୍ଚଳରେ ନୂଆ ଫାଟ ସୃଷ୍ଟି ହୋଇଛି। ଜଣେ ବାସିନ୍ଦା ବେଦ ପ୍ରକାଶ କହିଛନ୍ତି, ରୋପ୍‌ୱେର ଟାୱାର ନମ୍ବର ୱାନ୍‌ରୁ ମାଉଣ୍ଟ୍ ଭ୍ୟୁ ହୋଟେଲ ପର୍ଯ୍ୟନ୍ତ ୩୦୦ ମିଟର ଲମ୍ବର ଏକ ଫାଟ ହୋଇଛି। ଫେବ୍ରୁଆରି ୨ରେ ଯେଉଁ ଫାଟ ଦେଖା ଦେଇଥିଲା ତାହା ଧୀରେଧୀରେ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବିଆର୍‌ଓ ଅଫିସ ନିକଟରେ ରାସ୍ତା ୨ ଫୁଟ୍‌ ଦବି ଯାଇଥିବାରୁ ସମସ୍ୟା ବଢ଼ିଯାଇଛି।