ରାମ ମନ୍ଦିରକୁ ଉଡ଼ାଇବାକୁ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଧମକ, ବଢାଗଲା ସୁରକ୍ଷା

ଅଯୋଧ୍ୟା : ଗତ କିଛି ଦିନ ହେବ ଭାରତରେ ଲଗାତାର ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଗତ କିଛି ଦିନ ମଧ୍ୟରେ ଭାରତର ଜମ୍ମୁ ଓ କଶ୍ମୀରର ୩ଟି ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏବେ ଅଯୋଧ୍ୟାର ରାମ ମନ୍ଦିର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଆସିଛି । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଅଡିଓ ଜାରି କରି ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ଚେତାବନୀ ଦେଇଛି। ସେପଟେ ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ପ୍ରଶାସନ ସତର୍କ ହୋଇପଡିଛି । ମନ୍ଦିର ପରିସରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି।

ଅଯୋଧ୍ୟାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ‘ନ୍ୟାସନାଲ ସିକ୍ୟୁରିଟି ଗାର୍ଡ’ (ଏନଏସଜି) ହବ୍ ନିର୍ମାଣ କରାଯାଉଛି। ଏହା ହେବ ଦେଶର ଷଷ୍ଠ ହବ୍ । ପୂର୍ବରୁ ଦେଶରେ ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ ଓ ଅହମ୍ମଦାବାଦରେ ଏନଏସଜି ହବ୍ ରହିଛି। ଏବେ ଅଯୋଧ୍ୟାରେ ଏନଏସଜି ହବ୍ ମଧ୍ୟ ନିର୍ମାଣ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ହବ୍ ପ୍ରସ୍ତୁତ କରାଯାଇଛି। ରାମ ମନ୍ଦିର ନିକଟରେ ମଧ୍ୟ ଏହି ହବ୍ ର ବେସ୍ ପ୍ରସ୍ତୁତ କରାଯାଉଛି। ଖୁବଶୀଘ୍ର ନୂଆ ଅପଡେଟ ସାମ୍ନାକୁ ଆସିବାକୁ ଯାଉଛି । ଏଠାରେ ଏନଏସଜି ହବ୍ ହେବା ପରେ ବ୍ଲାକ୍ କମାଣ୍ଡୋଙ୍କୁ ମଧ୍ୟ ମୁତୟନ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୈଶ-ଏ-ମହମ୍ମଦ ପୂର୍ବରୁ ବି ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିସାରିଛି । ୨୦୦୫ ମସିହା ଜୁଲାଇ ୫ରେ ଏହି ଆତଙ୍କବାଦୀ ସଂଗଠନ ଏକ ବାରୁଦ ଭର୍ତ୍ତି ଜିପ୍ ନେଇ ମନ୍ଦିର ଉପରେ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର