କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ୩ ସିଆରପିଏଫ ଯବାନ ସହିଦ, ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ଏକ ଆତ୍ମଘାତି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ଆଉ ୪ ଜଣ ଆହତ ହୋଇଛନ୍ତି । ବସଷ୍ଟାଣ୍ଡ ନିକଟରେ ପେଟ୍ରୋଲିଂ କରୁଥିବା ସିଆରପିଏଫର ୧୧୬ ବାଟାଲିୟନ ଉପରକୁ ଆତଙ୍କବାଦୀମାନେ ବାଇକରେ ଆସି ଗୁଳିଚଳାଇବା ପରେ ଯବାନମାନ ତୁରନ୍ତ ଏହାର ଜବାବ ଦେଲେ । ଏହି ଘଟଣା ପରେ ଉକ୍ତ ସ୍ଥାନକୁ ଅଧିକ ସୁରକ୍ଷା ବଳ ପଠାଯାଇଛି ।

ଏହି ଘଟଣାରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ମାରିଦେଇଛନ୍ତି । ତେବେ ଉକ୍ତ ଅଞ୍ଚଳରେ ଆଉ ଏକ ଆତଙ୍କବାଦୀ ଲୁଚି ରହିଥିବାରୁ ଗୁଳିବିନିମୟ ଜାରି ରହିଛି । ରାଜ୍ୟରେ ଅମରନାଥ ଯାତ୍ରା ଆରମ୍ଭ ହେବାର କିଛି ସପ୍ତାହ ବାକି ଥିବାବେଳେ ଏହି ଆତଙ୍କବାଦୀ ଆକ୍ରମଣ ସରକାରଙ୍କ ଚିନ୍ତା ବଢେଇଦେଇଛି । ଏହି ଘଟଣାରେ ଆଉ ୫ ଜଣ ଯବାନ ଆହତ ହୋଇଥିବା ଖବର ମିଳିଛି ।  ହିଜବୁଲ ମୁଜାହିଦ୍ଦିନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ।

ସମ୍ବନ୍ଧିତ ଖବର