ସମଗ୍ର ଦେଶ ଏକଜୁଟ୍‌

ପୁଲୱାମା ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ସହିଦ ଯବାନଙ୍କ ପରିବାର ପାଇଁ ମୋର ସମବେଦନା ଏବଂ ଆହତ ଯବାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଆତଙ୍କବାଦ ବିରୋଧୀ ଲଢ଼େଇରେ ସମଗ୍ର ଦେଶ ଏକଜୁଟ୍‌ ରହିଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ

କଶ୍ମୀରରେ ଆମର ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ସମଗ୍ର ଦେଶ ସହିଦଙ୍କ ପରିବାର ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି। ଏଭଳି ଘୃଣ୍ୟ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି ଏବଂ ଆହତ ଯବାନଙ୍କ ଯଥାଶୀଘ୍ର ଆରୋଗ୍ୟ କାମନା କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆତଙ୍କବାଦୀ ଆକ୍ରମଣ ନେଇ ମୁଁ ଗଭୀର ଚିନ୍ତିତ। ସହିଦ ପରିବାରକୁ ମୋର ସମବେଦନା।
ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ

ଆତଙ୍କବାଦୀଙ୍କୁ ସେମାନଙ୍କ କାପୁରୁଷୋଚିତ କାଣ୍ଡ ପାଇଁ ଉଚିତ ଜବାବ ମିଳିବ।
ହଂସରାଜ ଅହିର, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ସମଗ୍ର ଦେଶ ବୀର ଯବାନଙ୍କ ପଛରେ ରହିଛି। ଭବିଷ୍ୟତରେ ଏଭଳି ଆକ୍ରମଣକୁ ରୋକିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ।
ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ନେତ୍ରୀ

ପୁଲୱାମାରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ। କଶ୍ମୀରରେ ଶାନ୍ତି ପାଇଁ ସମୁଚିତ ପ୍ରୟାସ ହେଉ।
ମାୟାବତୀ, ବିଏସ୍‌ପି ସୁପ୍ରିମୋ

ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଅତ୍ୟନ୍ତ କାପୁରୁଷୋଚିତ ଘଟଣା। ଦେଶ ସହିଦ ଯବାନଙ୍କୁ ସାଲ୍ୟୁଟ୍‌ କରୁଛି। ଆତଙ୍କବାଦୀଙ୍କୁ ସେମାନଙ୍କ ଘୃଣ୍ୟ କାଣ୍ଡ ପାଇଁ ଉଚିତ ଜବାବ ମିଳିବ।
ଅରୁଣ ଜେଟ୍‌ଲୀ, କେନ୍ଦ୍ର ମନ୍ତ୍ରୀ

ଘାଟିରେ ଆତଙ୍କବାଦୀ ଆକ୍ରମଣକୁ ମୁଁ ନିନ୍ଦା କରୁଛି ଏବଂ ଏହା ଅତ୍ୟନ୍ତ ଉଦ୍‌ବେଗର ବିଷୟ।
ଓମାର ଅବଦୁଲ୍ଲା, ପୂର୍ବ ମୁଖ୍ୟମନ୍ତ୍ରୀ ଜମ୍ମୁ କଶ୍ମୀର

ସମଗ୍ର ଦେଶ ସହିଦ ଯବାନଙ୍କ ପରିବାର ସହିଦ ଦୃଢ଼ ଭାବେ ରହିଛି। ସହିଦଙ୍କ ପରିବାରକୁ ମୋର ‌ସମବେଦନା।
ଅମିତ ଶାହ ବିଜେପି ଅଧ୍ୟକ୍ଷ

ଏଭଳି ଆକ୍ରମଣକୁ ମୁଁ ନିନ୍ଦା କରୁଛି, କିନ୍ତୁ ସର୍ଜିକାଲ ଷ୍ଟ୍ରାଇକ୍‌ର କିଛି ସୁଫଳ ମିଳିନଥିବା ଅନୁଭବ କରୁଛି।
ମେହବୁବା ମୁଫ୍‌ତି, ପୂର୍ବ ମୁଖ୍ୟମନ୍ତ୍ରୀ ଜମ୍ମୁ କଶ୍ମୀର

ସମ୍ବନ୍ଧିତ ଖବର