ଶ୍ରୀନଗର: ଏଠାରେ ଥିବା ବିମାନବନ୍ଦର ନିକରେ ୧୮୨ ବାଟାଲିୟନ ସୀମା ସୁରକ୍ଷା ବଳ ଶିବିର ଉପରକୁ ମଙ୍ଗଳବାର ଭୋରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି। ଘଟଣା ପରେ ଯବାନମାନେ ବାଟାଲିୟନ ପରିସରକୁ ଘେରି ଯାଇଥିଲେ। ଭାରତୀୟ ଯବାନମାନେ ଥିବ ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳିବିନିମୟରେ ୪ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିବିରର ପ୍ରଶାସିନିକ କୋଠା ନିକଟରେ ଯବାନମାନଙ୍କର ଅଭିଯାନ ଚାଲିଛି। ଆତଙ୍କବାଦୀ ସଂଙ୍ଗଠନ ଜୈଶ-ଏ-ମୋହମ୍ମଦକୁ ଘଟଣା ପାଇଁ ଦାୟୀ କରାଯାଇଛି। ଆକ୍ରମଣ ପରେ ବିମାନବନ୍ଦର ରାସ୍ତାକୁ କିଛି ସମୟ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଘଟଣା ସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି।
ପୁଲସି ମୁଖପାତ୍ର କହିବା ଅନୁସାରେ ସୁରକ୍ଷା କର୍ମୀଙ୍କ ତରଫରୁ କରାଯାଇଥିବା ଫାଇରିଂରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଏସଏଫର ଏଏସଆଇ ବିକେ ଯାଦବ ସହିଦ ହୋଇଛନ୍ତି। ଏଥି ସହିତ ବିଏସଏଫର ୩ଜଣ ଯବାନ ଆହତ ହୋଇଛନ୍ତି। ସେହିଭଳି ଘଟଣାସ୍ଥଳର କିଛି ଦୂରରେ ଥିବା ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ମୁତୟନ ଥିବା ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫିଦାୟିନ ଆତଙ୍କବାଦୀ ହମହମା ନିକଟରେ ବିଏସଏଫ ଶିବିର ଉପରେ ଗ୍ରେନେଡ ଦ୍ୱାରା ଆକ୍ରମଣ କରିଥିଲେ। ଏହିି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ସମସ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି।