ଶ୍ରୀଲଙ୍କାରେ ବିସ୍ଫୋରଣ ପୂର୍ବରୁ ଅତ୍ମଘାତୀ ଆକ୍ରମଣକାରୀ ଚର୍ଚ୍ଚ ବାହାରେ ଶିଶୁ ମୁଣ୍ଡରେ ରଖିଥିଲେ ହାତ ଓ ଲିଫ୍ଟରେ ହୋଇଥିଲେ କଥା

କଲମ୍ବୋ : ଶ୍ରୀଲଙ୍କାର ସାଙ୍ଗରିଲା ହୋଟେଲରେ ବିସ୍ଫୋରଣ କରିବା ପୂର୍ବରୁ ଦୁଇ ଅତ୍ମଘାତୀ ଆକ୍ରମଣକାରୀଙ୍କ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଫୁଟେଜରେ ଦେଖିବାକୁ ମିଳୁଛି ବିସ୍ଫୋରଣର କିଛି ସମୟ ପୂର୍ବରୁ ଦୁଇ ଆତଙ୍କବାଦୀ କିଛି କଥା ହେଉଛନ୍ତି।

ସେହିପରି ଅନ୍ୟ ଏକ ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି କି, ଜଣେ ଆତଙ୍କବାଦୀ ବିସ୍ଫୋରଣ କରିବାର କିଛି ସମୟ ପୂର୍ବରୁ ଚର୍ଚ୍ଚ ବାହାରେ ଖେଳୁ ଥିବା ଶିଶୁ ମୁଣ୍ଡରେ ହାତ ରଖିଥିଲା। ଏହାପରେ ଦୁଇ ଆତଙ୍କବାଦୀ ଦ୍ୱିତୀୟ ମହଲାକୁ ଯିବା ପାଇଁ ଲିଫ୍ଟ ଧରିଥିଲେ। ଏହି ଲିଫ୍ଟରେ ଦୁହେଁ ଶେଷଥର ପାଇଁ କିଛି କଥାବାର୍ତ୍ତା ହୋଇଥିଲେ। ଏହାର କିଛିସମୟ ପରେ ସାଙ୍ଗରିଲା ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ କରିଥିଲେ।

Daily Mail

ଶ୍ରୀଲଙ୍କା ଯାଞ୍ଚ ଅଧିକାରୀଙ୍କ କହିବାନୁସାରେ, ଇଷ୍ଟର ଆକ୍ରମଣରେ ଏଯାବତ୍‌ ୩୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।  ଯାଞ୍ଚ ଅଧିକାରୀ ସୂତ୍ରରୁ ପ୍ରକାଶ, ଏହି ଆତ୍ମଘାତୀ ଆକ୍ରମଣ କରିଥିବା ଆକ୍ରମଣକାରୀ କଲମ୍ବୋର ଜଣେ ଧନୀ ମସଲା ବ୍ୟବସାୟୀଙ୍କ ଦୁଇପୂତ୍ର । ଦୁଇ ପୂତ୍ର ମଧ୍ୟରୁ ଜଣେ ସାଙ୍ଗରିଲାରେ ଏହି ବିସ୍ଫୋରଣ କରିଥିଲା।

ସମ୍ବନ୍ଧିତ ଖବର