ଜମ୍ମୁ: ଜମ୍ମୁ-କାଶ୍ମୀରର ଡୋଡାରେ ଗତରାତିରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଭାରତୀୟ ସେନାର ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଅଚାନକ ଆତଙ୍କୀ ହମ୍ଲା ବଢ଼ୁଥିବାରୁ ଏବେ ସୁରକ୍ଷା ବାହିନୀର ରଣନୀତିରେ ବଡ଼ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି। ସୋମବାର ରାତିରେ ଡୋଡା ସହରଠାରୁ ପ୍ରାୟ ୫୫ କିଲୋମିଟର ଦୂର ଦେସା ବନାଞ୍ଚଳର ଉରାରବାଗି ନିକଟରେ ଆତଙ୍କବାଦୀ ଗତିବିଧି ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେଠାରେ ଆତଙ୍କବାଦୀ ସହ ଗୁଳିବିନିମୟରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଗତ ୩୨ ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି।
୨୦୨୪ ଜୁଲାଇ ୧୬: ଡୋଡାରେ ଆତଙ୍କବାଦ ନିରୋଧ ଅପରେସନରେ ସେନାର ୪ ଯବାନ ସହିଦ।
୨୦୨୪ ଜୁଲାଇ ୮: କଠୁଆ ଜିଲ୍ଲାରେ ସେନା ବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ।
୨୦୨୪ ଜୁନ୍ ୧୧-୧୨: ଦୁଇଟି ଆକ୍ରମଣରେ ୬ ଯବାନ ଆହତ ହୋଇଥିଲେ।
୨୦୨୪ ଜୁନ୍ ୯: ରିଆସୀରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଥିଲେ
୨୦୨୩ ମେ ୪: ପୁଞ୍ଚ ଜିଲ୍ଲାରେ ଭାରତୀୟ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ।
ଏପ୍ରିଲ-ମେ: ଦୁଇଟି ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଥିଲେ।
ନଭେମ୍ବର ୨୨: ଆତଙ୍କୀ ଆକ୍ରମଣରେ ଦୁଇ ଜଣ କ୍ୟାପଟେନଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ।
ଡିସେମ୍ବର ୨୧: ଆତଙ୍କବାଦୀ ବିରୋଧୀ ସ୍ବତନ୍ତ୍ର ଅପରେସନ ସମୟରେ ୪ ଯବାନ
ସହିଦ ହୋଇଥିଲେ।
୨୦୨୨ ମେ ୧୩: କଟରାରେ ଏକ ତୀର୍ଥଯାତ୍ରୀ ବସ ଉପରେ ଆକ୍ରମଣ, ୪ ଜଣଙ୍କ ମୃତ୍ୟୁ।
୨୦୨୧ ଡିସେମ୍ବର ୧୪: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ୪ ଯବାନ ସହିଦ।