ଭାରତ ବିରୋଧରେ ଯୁଦ୍ଧ ଡାକରା ଦେଲା ଆତଙ୍କବାଦୀ ସଂଗଠନ ଆଇଏସ୍‌

କୁମ୍ଭମେଳାରେ ଲାସ୍‌-ଭେଗାସ୍‌ ଶୈଳୀରେ ହାମ୍‌ଲା କରିବା ପାଇଁ ଚେତାବନୀ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଇସ୍‌ଲାମିକ୍‌ ଷ୍ଟେଟ’ର ଆତଙ୍କବାଦୀ ନେତାମାନେ ଆଜି ଏକ ଅଡିଓ କ୍ଲିପ୍‌ ଜରିଆରେ ଭାରତ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଆଇଏସ୍‌ର ଆତଙ୍କବାଦୀମାନେ ଭାରତରେ ପ୍ରସିଦ୍ଧ କୁମ୍ଭମେଳା ସମୟରେ ଦେଶରେ ଭୟଙ୍କର ଆତଙ୍କବାଦୀ ହାମ୍‌ଲା ଘଟାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଏକ ପୁରୁଷ କଣ୍ଠସ୍ୱରରେ ରେକର୍ଡିଂ ହୋଇଥିବା ୧୦ ମିନିଟ୍‌ ସମୟ ଅବଧିର ଏହି ଅଡିଓ କ୍ଲିପ୍‌ରେ ଶୁଦ୍ଧ ଆରବିକ୍‌ ଉଚ୍ଚାରଣରେ ଏହା (ଦୌଲାତୁଲ୍‌ ଇସ୍‌ଲାମ୍‌) ଆଇଏସ୍‌ର ୫୦ତମ ଅଡିଓ କ୍ଲିପ୍‌ ବୋଲି ଦାବି କରାଯାଇଛି।

ନିକଟ ଅତୀତରେ, ଲାସ୍‌- ଭେଗାସ୍‌ରେ ଆଇଏସ୍‌ ପକ୍ଷରୁ ହୋଇଥିବା ଆତଙ୍କବାଦୀ ହାମ୍‌ଲା ଶୈଳୀରେ କୁମ୍ଭମେଳାରେ ଆଇଏସ୍‌ ପକ୍ଷରୁ ହାମ୍‌ଲା କରାଯିବ ବୋଲି ଏଥିରେ ଚେତାବନୀ ଦିଆଯାଇଛି। ‘ଯେ କେହି ଚାହିଁଲେ ମଧ୍ୟ ଆମକୁ ଏଥିରୁ କୌଣସି ସ୍ଥିତିରେ ବି ବିରତ ରଖି ପାରିବ ନାହିଁ’ ବୋଲି ଅଡିଓ କ୍ଲିପ୍‌ରେ କୁହାଯାଇଛି।

AWDnews

କେରଳ ପୁଲିସ୍‌ ଏହି ଅଡିଓ କ୍ଲିପ୍‌କୁ ଅନୁଧ୍ୟାନ କଲାପରେ କହିଛି ଯେ ଅଡିଓ କ୍ଲିପ୍‌ରେ ଥିବା କଣ୍ଠସ୍ୱର ହେଉଛି ଆଇଏସ୍‌ ଆତଙ୍କବାଦୀ ରସିଦ୍‌ ଅବଦୁଲ୍ଲାର। ରସିଦ୍‌ ଅବଦୁଲ୍ଲା ଆଇଏସ୍‌ ସଂଗଠନରେ ଯୋଗଦେବା ପାଇଁ ଦେଶ ଛାଡ଼ି ଆଫ୍‌ଗାନିସ୍ତାନ ପଳାୟନ କରିଥିଲା। ସେ ଏବେ ଆଇଏସ୍‌ର ଜଣେ ତୁଙ୍ଗ କର୍ମକର୍ତ୍ତା ସାଜିଛି। ଏହି ଅଡିଓ କ୍ଲିପ୍‌ ଏବେ ଦେଶ ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର