ନୂଆଦିଲ୍ଲୀ : ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠିବା ପରେ ଓ ରାଜ୍ୟ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ସଂଖ୍ୟା ହ୍ରାସ ପଇଛି । ଏହା ସହିତ ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଯୁବକଙ୍କ ଯୋଗଦାନ ମଧ୍ୟ କମିଛି ବୋଲି ଏକ ସରକାରୀ ରିପୋର୍ଟରୁ ଜଣାପଡିଛି ।
ଚଳିତ ବରୋଷ କଶ୍ମୀରରେ ମୋଟ ୧୧୦ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି, ଯାହାକି ୨୦୧୮ ଓ ୨୦୧୭ ରେ ଯଥାକ୍ରମେ ୧୨୮ ଓ ୨୧୪ ଥିଲା ।
ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ପରେ ପର୍ଯ୍ୟାୟକ୍ରମେ ଟେଲିଫୋନ ସେବା ଆରମ୍ଭ କରିଥିଲେ ମଧ୍ୟ ଇଣ୍ଟରନେଟ ସେବା ଏବେ ବି ବନ୍ଦ ଅଛି । ଏଥିପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକ ଆତଙ୍କବାଦୀ ନିଯୁକ୍ତି ପାଇଁ ସୋସିଆଲ ମିଡିଆର ଅପପ୍ରୟୋଗ କରିପାରୁନାହାନ୍ତି । ଆତଙ୍କବାଦ ନିୟନ୍ତ୍ରଣରେ ରହିବାର ଏହା ଏକ ବଡ଼ କାରଣ ବୋଲି ସରକାର ଦାବି କରୁଛନ୍ତି ।
ଧାରା ୩୭୦ ହଟିବା ପରେ କଶ୍ମୀରରେ ଆତଙ୍କବାଦୀ ନିଯୁକ୍ତି କମିଛି : ରିପୋର୍ଟ
/sambad/media/post_attachments/wp-content/uploads/2019/09/820681-kathua-kashmir.jpg)