କଶ୍ମୀରର ଆତଙ୍କବାଦୀ ସ୍କୁଲ, ୧୩ ଛାତ୍ର ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି

ଶ୍ରୀନଗର : କଶ୍ମୀରରେ ଥିବା ଏକ ‘ଆତଙ୍କି ସ୍କୁଲ’ର ସନ୍ଧାନ ପାଇଛି ସୁରକ୍ଷା ବାହିନୀ । ଏହାର ନାମ ହେଉଛି ଶିରାଜ ଉଲୁମ ଇମାମ ସାହିବ । ଏହି ଆତଙ୍କି ସ୍କୁଲରେ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ ହେବାକୁ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତ କରାଯାଏ । ଏଠାରୁ ତାଲିମ ନେବା ପରେ ଯୁବକମାନେ ବିଭିନ୍ନ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥାନ୍ତି ।

facebook

ଗତ ବର୍ଷ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଘଟଣା ସଜ୍ଜାଦ ଭଟ୍ଟ ଏହି ସ୍କୁଲର ଜଣେ ଛାତ୍ରଥିଲା ବୋଲି କଶ୍ମୀର ପୁଲିସ ଜାଣିପାରିଛି । ସଜ୍ଜାଦ ପରି ସ୍ଥାନୀୟ ଯୁବକମାନଙ୍କୁ କଠୋରପନ୍ଥୀ ଆତଙ୍କବାଦୀ ରୂପେ ଗଢି ତୋଳିବା ପଛରେ ଏହି ସ୍କୁଲର ହାତ ରହିଥିଲା । ପୁଲଓ୍ଵାମା ଘଟଣାର ତଦନ୍ତ ବେଳେ ଏନଆଇଏ ଏହି ସ୍କୁଲ ସମ୍ପର୍କରେ ଜାଣିପାରିଥିଲା । ଫଳରେ ଗତ କିଛି ମାସ ଧରି ଏହି ସ୍କୁଲ ଗୁଇନ୍ଦା ଓ ସୁରକ୍ଷା ବାହିନୀ ନଜରରେ ଥିଲା । କିଛିଦିନ ତଳେ କଶ୍ମୀର ପୁଲିସ ଏହି ସ୍କୁଲର ୩ ଜଣ ଶିକ୍ଷକଙ୍କୁ ଲୋକ ସୁରକ୍ଷା ଆଇନ (ପିଏସଏ) ବଳରେ ଗିରଫ କରିଥିଲା ।
ଏହି ସ୍କୁଲ ଆହୁରି ୫ରୁ ୬ ଜଣ ଶିକ୍ଷକଙ୍କ ଉପରେ ସୁରକ୍ଷା ବାହିନୀର କଡା ନଜର ରହିଛି । ଏହି ସ୍କୁଲର ପ୍ରାୟ ୧୩ ଜଣ ଛାତ୍ର ଜୈସ, ଲସ୍କର ପରି ଆତଙ୍କବାଦୀ ସଂଗଠନ ଗୁଡ଼ିକରେ ଯୋଗ ଦେଇଛନ୍ତି ବୋଲି ସୁରକ୍ଷା ବାହିନୀ ଜାଣିପାରିଛି ।

ସମ୍ବନ୍ଧିତ ଖବର