ଶ୍ରୀନଗର: ଭାରତ- ପାକିସ୍ତାନ ଆନ୍ତର୍ଜାତୀୟ ସୀମା ନିକଟରେ ବୁଧବାର ଦିନ ଏକ ଗୁପ୍ତ ସୁଡ଼ଙ୍ଗ ଆବିଷ୍କୃତ ହେବା ପରେ ଏହାକୁ ‘ଆତଙ୍କବାଦୀଙ୍କ ସୁଡ଼ଙ୍ଗ’ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ଏବେ ଜମ୍ମୁର ସାମ୍ବା ସେକ୍ଟର ଅଞ୍ଚଳରେ ହାଇ ଆଲର୍ଟ ଜାରି ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି।
ସୀମା ସୁରକ୍ଷା ବଳ (ବିଏସଏଫ)ର ଜଣେ ମୁଖପାତ୍ର କହିଛନ୍ତି ଯେ ସାମ୍ବା ଅଞ୍ଚଳରେ ଯାଇଥିବା ତାର ବାଡ଼ ନିକଟରେ ଥିବା ସାଧାରଣ ଅଞ୍ଚଳରୁ ଏକ ଛୋଟ ଖୋଳା ହୋଇଥିବା ଗାଡ଼ ସ୍ଥାନ ମିଳିଥିଲା, ଯାହାକୁ ଏକ ସୁଡ଼ଙ୍ଗ ବୋଲି ସନ୍ଦେହ କରାଯାଉଛି। ବିଏସଏଫ ଆଜି ଏହି ଅଞ୍ଚଳରେ ଘେରାବନ୍ଦୀ କରି ବିସ୍ତୃତ ଖୋଜାଖୋଜି କରୁଛି।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁର ସୁଞ୍ଜୱାନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଜୈସ-ଏ-ମହମ୍ମଦ (ଜେଇଏମ)ର ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଥିଲା। ପରବର୍ତ୍ତୀ ସମୟରେ ଏକ ଅନୁସନ୍ଧାନ ସମୟରେ ଏକ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଥିଲା ଯେ ସେମାନେ ସୁଡ଼ଙ୍ଗ ମଧ୍ୟରେ ଆସି ସାମ୍ବାର ସୋପୋୱାଲ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିଥିଲେ। ପରେ ଏକ ମିନି ଟ୍ରକ୍ ଯୋଗେ ଆସି ସେମାନେ ଜମ୍ମୁ- କଶ୍ମୀର ମଧ୍ୟକୁ ଅନୁପ୍ରବେଶ କରିଥିଲେ। ସେମାନଙ୍କ ଠାରୁ ଦୁଇଟି ଏକେ-୪୭ ରାଇଫଲ, ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ, ସାଟେଲାଇଟ୍ ଫୋନ୍ ଏବଂ କିଛି ଦସ୍ତାବିଜ ଉଦ୍ଧାର କରାଯାଇଥିଲା। ଜମ୍ମୁ- କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଥିଲେ ଯେ ନିହତ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତକୁ ଭଣ୍ଡୁର କରିବା ପାଇଁ ଏକ ବଡ଼ ଷଡଯନ୍ତ୍ରର ଅଂଶ ବିଶେଷ ଥିଲେ।
ଏହା ଜଣାପଡ଼ିବା ପରେ ବିଏସଏଫ ସେହି ଅଞ୍ଚଳରେ ଏକ ବଡ଼ ଧରଣର ସୁନଙ୍ଗ (ଟନେଲ) ବିରୋଧୀ ଅପରେସନ ଆରମ୍ଭ କରିଥିଲା ଏବଂ ଗତକାଲି ସାମ୍ବା ସେକ୍ଟରର ଆନ୍ତର୍ଜାତୀୟ ସୀମାରେ ବିଏସଏଫ ଯବାନମାନେ ଏକ ସୁଡ଼ଙ୍ଗ ଚିହ୍ନଟ ହୋଇଥିଲା।