ପ୍ୟାରିସ୍‌: ଫ୍ରାନ୍ସର ଏକ ମୁଖ୍ୟ ରେଳ ଷ୍ଟେସନ୍‌ ମାର୍ସିଲିରେ ରବିବାର ଜଣେ ଆତଙ୍କବାଦୀ ଦୁଇ ଜଣଙ୍କୁ ଛୁରି ଭୂସି ହତ୍ୟା କରିଛି। ତେବେ ସେଠାରେ ପାଟ୍ରୋଲିଂ କରୁଥିବା ଫ୍ରାନ୍ସ ସୈନିକଙ୍କ ଗୁଳିରେ ଉକ୍ତ ଆତତାୟୀ ଜଣକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ପୁଲିସ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି। ଷ୍ଟେସନ୍‌ ଅଞ୍ଚଳକୁ ନଆସିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛି। ଏହି ଘଟଣା ପରେ ଫ୍ରାନ୍ସର ଗୃହମନ୍ତ୍ରୀ ଗେର୍‌ହାର୍ଡ କୋଲମ୍ବ ଘଟଣାସ୍ଥଳକୁ ତୁରନ୍ତ ଯାଇଛନ୍ତି। ୨୦୧୫ରେ ଚାର୍ଲି ହେବ୍‌ଡୋ ମାଗାଜିନ୍‌ ଏବଂ କୋସର ସୁପରମାର୍କେଟରେ ଆତତାୟୀମାନେ ବଡ଼ ଧରଣର ଆକ୍ରମଣ କରିବା ପରେ ଶତାଧିକ ଲୋକ ନିହତ ହୋଇଥିଲେ।