ଆତଙ୍କବାଦୀ ଆକ୍ରମଣରେ ୨ଟ୍ରକ୍‌ ଡ୍ରାଇଭର ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ଟ୍ରକ୍‌ ଡ୍ରାଇଭର ନିହତ ହୋଇଛନ୍ତି। ଏହି ୨ ଜଣ ଟ୍ରକ୍‌ ଡ୍ରାଇଭର ସ୍ଥାୟୀ ବାସିନ୍ଦା ନୁହନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କୁ ମହମ୍ମଦ ଇଲିୟାସ ବୋଲି ଚିହ୍ନଟ କରାଯାଇଛି ଏବଂ ତାଙ୍କ ଘର ରାଜସ୍ଥାନର ଅଲୱରରେ। ଅନ୍ୟପକ୍ଷେ ଅନ୍ୟ ଜଣଙ୍କୁ ପଂଜାବର ହୋଶିଆରପୁର ବାସିନ୍ଦା ଜୀବନ ବୋଲି ଚିହ୍ନଟ କରାଯାଇଛି। ଟ୍ରକ୍‌ଗୁଡ଼ିକ ଚିତ୍ରାଗାମ ଦେଇ ଯାଉଥିବା ବେଳେ ଆତଙ୍କବାଦୀମାନେ ଅଚାନକ ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଘଟଣାସ୍ଥଳରେ ହିଁ ୨ ଜଣ ଡ୍ରାଇଭର ନିହତ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ଉଭୟ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର