ବୁର୍କିନା ଫାସୋ: ବୁର୍କିନା ଫାସୋ ସେନା ମୁଖ୍ୟ କାର୍ଯ୍ୟାଳୟ ଏବଂ ବୁର୍କିନା ଫାସୋ ସ୍ଥିତ ଫ୍ରାନ୍ସର ଏକ ଦୂତାବାସ ଉପରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି। ସଂଘଟିତ କାର୍‌ ବୋମା ବିସ୍ଫୋରଣରେ ମୋଟ ୨୮ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ତେବେ ମ-ତକମାନେ ସମସ୍ତେ ବୁର୍କିନା ଫାସୋର ସେନା କର୍ମଚାରୀ ହୋଇଥିବା ବେଳେ ଫ୍ରାନ୍ସ ଦୂତାବାସର ସମସ୍ତେ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ, କୌଣସି ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।