ନୂଆଦିଲ୍ଲୀ: ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ଶ୍ରୀନଗର ବିମାନ ବନ୍ଦର ନିକଟରେ ଆତଙ୍କବାଦୀମାନେ ବିଏସ୍‌ଏଫ୍‌ ୧୮୨ ବ୍ୟାଟେଲିଆନ୍‌ ଶିବିର ଉପରେ ଆକ୍ରମଣ କରି ବିଫଳ ହୋଇଥିବା ଜଣାଯାଇଛି । ଏହାର ପ୍ରତିବାଦରେ ଭାରତୀୟ ଯବାନମାନେ ମଧ୍ୟ ଗୁଳିଗୁଳା ବର୍ଷଣ କରିଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି।

Advertisment

ଏହି ଆକ୍ରମଣରେ ତିନି ଜଣ ଯବାନ୍‌ ଆହତ ହୋଇଥିବା ଜଣାଯାଇଛି । ଏହି ଘଟଣା ପରେ ଶ୍ରୀନଗର ବିମାନ ବନ୍ଦର ଆଡକୁ କୌଣସି ଯାନବାହନ ବା ବ୍ୟକ୍ତିଙ୍କୁ ଯିବାର ଅନୁମତି ଦିଆଯାଉନଥିବା ଜଣାଯାଇଛି । ଠିକ୍‌ ସେହିପରି ବିମାନବନ୍ଦରର କର୍ମଚାରୀଙ୍କୁ ବି ଭିତରକୁ ଛଡ଼ାଯାଉନଥିବା ଜଣାଯାଇଛି।