ଇଣ୍ଡୋନେସିଆରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ

ଜାକର୍ତ୍ତା : ଇଣ୍ଡୋନେସିଆର ପୂର୍ବ ପାପୁଆ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଆତଙ୍କବାଦୀମାନେ ଯୋଜନାବଦ୍ଧ ଭାବେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ସରକାରଙ୍କ କେତେକ ନୂଆ ଆଇନକୁ ବିରୋଧ କରି ପାପୁଆ ଲିବରେସନ ଆର୍ମିର ଆତଙ୍କବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି।

ସମ୍ବନ୍ଧିତ ଖବର