କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୧୨ ଯବାନ ସହିଦ

ଶ୍ରୀନଗର : ଆଜି ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାବାହିନୀ ଉପରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଦକ୍ଷିଣ କାଶ୍ମୀରର ଫୁଲବାମା ଜିଲ୍ଲାର ଅଓ୍ଵନ୍ତିପୁରା ଅଞ୍ଚଳରେ ଏକ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ବିସ୍ଫୋରଣ ହେବା ଫଳରେ ୧୨ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଏହା ସହିତ ପ୍ରାୟ ୧୫ ଜଣ ଯବାନ ଆହତ ହୋଇଛନ୍ତି ।

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ ଇ ମୁହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସିଆରପିଏପର ୫୪ ବାଟାଲିୟନର ଏକ ବସ ଯବାନ ମାନଙ୍କୁ ନେଇ ଜାମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଅଓ୍ଵନ୍ତିପୁରା ନିକଟରେ ଆତଙ୍କବାଦୀମାନେ ବିସ୍ଫୋରକ ଭରା ଏକ କାରକୁ ଏହି ବସ ସହିତ ଧକ୍କା ଦେଇଥିଲେ । ପୁଲିସ ସୁତ୍ରରୁ ପ୍ରକାଶ ଯେ ଅପରାହ୍ନ ୩ଟା୩୦ ବେଳେ ଏହି ଘଟଣା ଘଟିଥିଲା । ଆହତମାନଙ୍କୁ ସେନାର ୯୨ ବେସ କ୍ୟାମ୍ପ ହସପିଟାଲକୁ ପଠାଇଦିଆଯାଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳକୁ ଏବେ ସୁରକ୍ଷାବାହିନୀ ପକ୍ଷରୁ ଘେରାଉ କରାଯାଇଛି ।

ସମ୍ବନ୍ଧିତ ଖବର