କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଜଣେ ଯବାନ ସହିଦ୍‌, ୩ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଖ୍‌ନୁର ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌କୁ ଟାର୍ଗେଟ୍‌ କରି ବିସ୍ଫୋରଣ ଘଟାଇଥିଲା। ଏଥିରେ ଜଣେ ଯବାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ ପରେ ମିଳିତ ସୁରକ୍ଷା ବାହିନୀ ସେଠାରେ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ଅଖ୍‌ନୁର ସେକ୍ଟରରେ ୪୦ରୁ ଅଧିକ ଲସ୍କର ଆତଙ୍କବାଦୀ ରହିଥିବାରୁ ସେଠାରେ ତିନି ଦିନ ତଳୁ ତଲାସୀ ଅଭିଯାନ ବ୍ୟାପକ କରାଯାଇଥିଲା।

ସମ୍ବନ୍ଧିତ ଖବର