ନିଆମି: ପଶ୍ଚିମ ନାଇଜେରିଆର ଏକ ସାମରିକ ଘାଟିରେ ଆତଙ୍କବାଦୀମାନେ ଅଚାନକ ପ୍ରଚଣ୍ଡ ଆକ୍ରମଣ କରିବାରୁ ୭୩ ସୈନିକ ନିହତ ହୋଇଛନ୍ତି। ଏବଂ ୧୫ ଜଣ ସୈନିକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନଥିଲେ ମଧ୍ୟ ଅଲ୍ କାଏଦା ଏବଂ ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ମିଳିତ ଭାବେ ଏହି ଆକ୍ରମଣ ଘଟାଯାଇଛି ବୋଲି ଅନୁମାନ କରାଯାଉଛି। ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଅନେକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ବୋଲି ନାଇଜିରିଆ ପ୍ରତିରକ୍ଷା ମନ୍ତ୍ରୀ ଇସୋଫୋଉ କଟାମ୍ବେ କହିଛନ୍ତି। ଆଗାମୀ ଦିନରେ ଫ୍ରାନ୍ସରେ ହେବାକୁ ଥିବା ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଅନ୍ୟ ୫ ଜଣ ପଶ୍ଚିମ ଆଫ୍ରିକୀୟ ନେତା ସୁରକ୍ଷା ସଂକ୍ରାନ୍ତରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ ନାଇଜେରିଆ ସାମରିକ ଘାଟିରେ ବଡ଼ ଆକ୍ରମଣ କରି ଆତଙ୍କବାଦୀମାନେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ମେ’ ଏବଂ ଜୁଲାଇରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୫୦ ସୈନିକ ନିହତ ହୋଇଥିଲେ।
ନାଇଜେରିଆରେ ଆତଙ୍କବାଦୀ ଆକ୍ରମଣରେ ୭୩ ସୈନିକ ନିହତ
/sambad/media/post_attachments/wp-content/uploads/2019/12/download-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)