ଇସ୍ଲାମାବାଦ ପାକିସ୍ତାନର ଖୈବର ପଖ୍ତୁନଖ୍ବା ରାଜ୍ୟର ଉତ୍ତର ୱଜିରୀସ୍ତାନ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଆଜି ଭୋର୍ ସମୟରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ଆତଙ୍କବାଦୀମାନେ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ଏହି ଶ୍ରମିକମାନେ ଏକ ସରକାରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀ ତହରିକ ଏ ତାଲିବାନ ପାକିସ୍ତାନ ଏହି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆକ୍ରମଣ ପରେ ପାକିସ୍ତାନ ପୁଲିସ ଓ ସେନା ପକ୍ଷରୁ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଛି।
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୧୧ ଶ୍ରମିକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2021/02/terrorists.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)