ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ପୁଲିସ ସହିଦ, ସୋପିଆନରେ ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଆଜି ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଅତର୍କିତ ଗୁଳିମାଡ଼ କରିବାରୁ ଜଣେ ପୁଲିସ କର୍ମୀ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି। ପୁଲୱାମାର ପିଙ୍ଗଲାନାଠାରେ ସିଆର୍‌ପିଏଫ୍‌ ଏବଂ ପୁଲିସର ମିଳିତ ପାଟ୍ରୋଲିଂ ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଅନ୍ୟ ଏକ ଘଟଣାରେ ଆଜି ସୋପିଆନ୍ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଜଣେ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିପାତ ହୋଇଛି। ଏହାପରେ ଇମାମସାହିବ୍ ଅଞ୍ଚଳରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି । ମୃତ ଆତଙ୍କବାଦୀ ସ୍ଥାନୀୟ ଅଂଚଳର ନାସିର ଅହମ୍ମଦ ଭଟ ବୋଲି ଜଣାପଡିଛି। ତା ନିକଟରୁ ଏକେ -୪୭ରାଇଫଲ ସମେତ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସମ୍ବନ୍ଧିତ ଖବର