ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆଜି ୨ଟି ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶ୍ରୀନଗରରେ ଆତଙ୍କବାଦୀମାନେ ଆଜି ପାଟ୍ରୋଲିଂ କରୁଥିବା ସୁରକ୍ଷା ବାହିନୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ମିଳିଥିବା ସୂଚନାନୁଯାୟୀ ଶ୍ରୀନଗରର ବ୍ୟସ୍ତବହୁଳ ବରଜୁଲ୍ଲା ବାଘାତ୍ ଅଞ୍ଚଳରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଅତି ନିକଟରୁ ଗୁଳି ଚାଳନା ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଥିବା ୩ ଯବାନଙ୍କୁ ହସ୍ପିଟାଲ୍କୁ ନିଆଯାଇଥିଲା କିନ୍ତୁ ସେଠାରେ ସେମାନେ ଆଖି ବୁଜିଦେଇଛନ୍ତି। ଅନ୍ୟପକ୍ଷେ ସୁରକ୍ଷା ବାହିନୀ ଗୁଳିରେ ନିହତ ସମସ୍ତ ଆତଙ୍କବାଦୀ ସ୍ଥାନୀୟ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ୨ଟି ଏକେ-୪୭ ଏବଂ ଏକ ପିସ୍ତଲ୍ ମିଳିଛି।
ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ : ୩ ଯବାନ ସହିଦ, ୩ ଆତଙ୍କବାଦୀ ନିପାତ
/sambad/media/post_attachments/wp-content/uploads/2021/02/terror.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)