୩ ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ନବଜାତକୁ ଗୁଳି କଲେ ଆତଙ୍କବାଦୀ, ତଥାପି ବଞ୍ଚିଗଲା ଜୀବନ

କାବୁଲ: ଆତଙ୍କବାଦୀଙ୍କ ବର୍ବରତାର ଅନେକ କାହାଣୀ ଆପଣ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା କହିବୁ ଯାହାକି ଚିକିତ୍ସା ବିଜ୍ଞାନର ଚମତ୍କାରିତାକୁ ପ୍ରମାଣିତ କରିବ | ୩ ଘଣ୍ଟା ପୂର୍ବରୁ ଜନ୍ମହୋଇଥିବା ଏକ ନବଜାତକୁ ଆତଙ୍କବାଦୀ ଗୁଳିମାଡ କରିଥିଲେ ବି ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଶିଶୁଟିର ଜୀବନ ବଞ୍ଚିଯାଇଛି | ରିପୋର୍ଟ ଅନୁଯାୟୀ, କିଛି ଆତଙ୍କବାଦୀ ଆଫଗାନିସ୍ତାନର କାବୁଲର ମାତୃତ୍ୱ ଚିକିତ୍ସାଳୟ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସମୁଦାୟ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ପିଲାମାନଙ୍କର ମା, ନର୍ସ ଏବଂ ଦୁଇ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଏକ ନବଜାତ ଶିଶୁକୁ ଦୁଇଟି ଗୁଳି ବାଜିବା ପରେ ମଧ୍ୟ ସେ ବର୍ତ୍ତିଯାଇଛି | ତେବେ ଦୁଃଖର ବିଷୟ ଯେ ନବଜାତର ମାଙ୍କର କିନ୍ତୁ ଆତଙ୍କବାଦୀଙ୍କ ଗୁଳିମାଡରେ ମୃତ୍ୟୁ ହୋଇଯାଇଛି |

photo-global news

ଆଇଏସଆଇଏସର ତିନି ଜଣ ଆତଙ୍କବାଦୀ ଡାକ୍ତରଖାନା ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ କାବୁଲର ମାତୃତ୍ୱ ଡାକ୍ତରଖାନାରେ ପ୍ରବେଶ କରିବା ମାତ୍ରେ ବୋମା ଓ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କୀମାନେ ପୁଲିସ ଫୋର୍ସର ୟୁନିଫର୍ମ ପିନ୍ଧି ଆଖିବୁଜା ଗୁଳି ଚଳାଇଥିଲେ | ୩ ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଏକ ନବଜାତ ଶିଶୁ କନ୍ୟାର ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଏହା ପରେ ନବଜାତ ଶିଶୁକୁ କାବୁଲର ଇନ୍ଦିରା ଗାନ୍ଧୀ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

ଡାକ୍ତରମାନେ ନବଜାତର ଅପରେସନ୍ କରିଥିଲେ। ଦୁଇଟି ଗୁଳି ବାଜିବା ଯୋଗୁଁ ଶିଶୁର ଡାହାଣ ଗୋଡରେ ଗୁରୁତର ଆଘାତ ଲାଗିଥିଲା । ଏହି ଆକ୍ରମଣରେ ଝିଅର ମା ନାଜିଆଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ନବଜାତଙ୍କ ବାପା ତାହାର ନାମ ନାଜିଆ ରଖିଛନ୍ତି | ଡାକ୍ତରମାନେ କହିଛନ୍ତି ଯେ ଅପରେସନ ସଫଳ ହୋଇଛି ଓ କିଛିଦିନ ପରେ ନବଜାତ ସୁସ୍ଥ ହୋଇଯିବ | ଏହା ସହ ସେମାନେ କହିଛନ୍ତି ଯେ ମାତ୍ର ୩ ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଝିଅକୁ ଗୁଳି କରିବା ମାନବିକତାର ସମସ୍ତ ସୀମା ଅତିକ୍ରମ କରିଛି । ଏହି ଆକ୍ରମଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ପରେ ସମସ୍ତ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଛନ୍ତି |

ସମ୍ବନ୍ଧିତ ଖବର