ଇସ୍ଲାମାବାଦ: ପାକିସ୍ତାନର ଅଶାନ୍ତ ଉତ୍ତର ପଶ୍ଚିମ ଅଂଚଳରେ ପାକ୍ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଜଣେ ଆତଙ୍କବାଦୀ ସୈନିକଙ୍କ ଗହଣକୁ ଧସେଇ ପଶିବା ପରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେବାରୁ ଜଣେ ଅଧିକାରୀଙ୍କ ସମେତ ୧୧ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ୧୩ ଜଣ ସୈନିକ ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନର ଖୈବର ପଖ୍୍ତୁନ୍୍କାର ସ୍ୱାତ ଜିଲ୍ଲାରେ ଏହି ସୈନିକମାନେ ଏକ ସ୍ୱତନ୍ତ୍ର ଅଭ୍ୟାସ କାର୍ଯ୍ୟକ୍ରମ ପାଇଁ ସମବେତ ହୋଇଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଂଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଉତ୍ତର ପଶ୍ଚିମ ଅଂଚଳରେ ତାଲିବାନ ଓ ଅଲ୍କାଏଦାର ପ୍ରଭାବ ରହିଥିବା ବେଳେ ତହରିକ ଏ ତାଲିବାନ୍-ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକ୍ ସେନା ତହରିକ୍ ଏ ତାଲିବାନ ଉପରେ ବିମାନ ଆକ୍ରମଣ କରିଥିବାରୁ ଏହାର ପ୍ରତିଶୋଧ ନେବାକୁ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଇଛି। ଏହି ଘଟଣା ପରେ ପାକ୍୍ ସେନାର ମିଳିତ ସର୍ଚ୍ଚ ଅପେରେସନ ଆରମ୍ଭ ହୋଇଛି ଏବଂ ଆତଙ୍କବାଦୀ ଧରପଗଡ଼ ଅଭିଯାନରେ ଅନେକ ଗିରଫ ହୋଇଥିବା ଜଣାପଡ଼ିଛି।
ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୧ ସୈନିକ ନିହତ
/sambad/media/post_attachments/wp-content/uploads/2018/02/NBT-image-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)