ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: ଜଣେ ଏଏସଆଇ ସହିଦ, ୨ଜଣ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରରେ ପୁଣି ଥରେ ହେଲା ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀମାନେ ଲାଲ ବଜାରର ବ୍ୟସ୍ତବହୁଳ ଅଞ୍ଚଳରେ ପୁଲିସର ତନଖି ପାର୍ଟି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଏଏସଆଇ ସହିଦ ହୋଇଛନ୍ତି। ଏହା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ସେନା ଓ ପୁଲିସ ଟିମ୍ ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଥିବାବେଳେ ଏହି ଅଞ୍ଚଳକୁ ଘେରି ରହିଛନ୍ତି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଅଞ୍ଚଳରେ ବହୁତ ଭିଡ଼ ରହୁଥିବାରୁ ଆତଙ୍କବାଦୀମାନେ ସହଜରେ ଆକ୍ରମଣ କରିପାରିଥିଲେ। ଆତଙ୍କବାଦୀମାନେ ପୂର୍ବରୁ ମାର୍କେଟରେ ପୁଲିସର ତନଖି ପାର୍ଟିକୁ ଅପେକ୍ଷା କରିଥିବା ବେଳେ ପୁଲିସର ତନଖି ପାର୍ଟି ପହଞ୍ଚିବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏଏସ୍ଆଇ ମୁଶତାକ୍ ଅହମ୍ମଦ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ସେ ମୃତ୍ୟୁବରଣ କରିଛନ୍ତି। ଏହି ଆକ୍ରମଣରେ ଅନ୍ୟ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଆତଙ୍କବାଦୀମାନେ ଲାଲ ବଜାରର ଜିଡି ଗୋଏଙ୍କା ସ୍କୁଲ ବାହାରେ ନାକା ପାର୍ଟି ଉପରେ ଗୁଳି ଚଳାଇଥିଲେ।ପୁଲିସ ଏହି ଆକ୍ରମଣ ଜବାବ ଦେଇଥିଲେ ବି ଆକ୍ରମଣକାରୀମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀ ଆକ୍ରମଣ  ପରେ ସେନା ଏବଂ ପୁଲିସ ଏହି ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର