ଶ୍ରୀନଗର: ସୋମବାର ଜମ୍ମୁ-କଶ୍ମୀରର ସୋପିଆନ୍ ସେକ୍ଟରରେ ଜମ୍ମୁ-କଶ୍ମୀର ବ୍ୟାଙ୍କର ଏକ ଟଙ୍କା ପରିବହନ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତିି। ଏଥିରେ ୨ଜଣ ସୁରକ୍ଷା କର୍ମୀ ସହିଦ୍ ହୋଇଥିବା ବେଳେ ବ୍ୟଙ୍କ୍ର ଜଣେ କର୍ମଚାରୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଅପରପକ୍ଷେ, ଗାଡ଼ିଟି ବ୍ୟାଙ୍କ ଶାଖା ଏବଂ ଏଟିଏମ୍ଗୁଡ଼ିକରେ ଟଙ୍କା ରଖି ସାରି ଫେରୁଥିବା ବେଳେ ଏହି ହମ୍ଲା ହୋଇଥିବାରୁ ଟଙ୍କା ଲୁଟିବାରେ ଆତଙ୍କବାଦୀମାନେ ବିଫଳ ହୋଇଥଛନ୍ତି। ମିଳିଥିବା ଖବର ମୁତାବକ, ଦକ୍ଷିଣ କଶ୍ମୀରର କରଚଲମ ଅଞ୍ଚଳରୁ ଫେରୁଥିବା ବେଳେ ଅଜଣା ଆତଙ୍କବାଦୀମାନେ ଏପରି ହମ୍ଲା କରିଥିଲେ।
ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି।
ବ୍ୟାଙ୍କ ଗାଡ଼ିକୁ ଆତଙ୍କବାଦୀ ହମ୍ଲା:୨ ସୁରକ୍ଷା କର୍ମୀ ସହିଦ୍
/sambad/media/post_attachments/wp-content/uploads/2017/12/BANK-CASH-VAN-attackwd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)