ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ଆଉ ଜଣେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିଛନ୍ତି। ଆତଙ୍କବାଦୀମାନେ ବଡ଼ଗାମ ଜିଲ୍ଲାରୁ ଚାଦୁରା ଅଂଚଳରେ ଟିଭି କଳାକାର ଅମରୀନ ଭଟ୍ଟଙ୍କୁ ତାଙ୍କ ଘରେ ପଶି ଗୁଳିକରି ହତ୍ୟା କରିଛନ୍ତି। ଗୁଳିମାଡ଼ରେ ଅମରୀନଙ୍କ ୧୦ ବର୍ଷୀୟ ପୁତୁରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆଜି ରାତି ୭ଟା ୫୫ ମିନିଟ୍ ସମୟରେ ଚାଦୁରା ଅଂଚଳରେ ୩ ଜଣ ଆତଙ୍କବାଦୀ ଏହି ବର୍ବର କାଣ୍ଡ ଘଟାଇ ଖସିଯାଇଛନ୍ତି। ସେମାନେ ଲସ୍କର ଏ ତୋଏବା ଆତଙ୍କବାଦୀ ସଂଗଠନର ବୋଲି ଜଣାପଡ଼ିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି। ଅମରୀନଙ୍କ ମୃତ୍ୟୁରେ ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।
କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା: ଟିଭି କଳାକାର ଅମରୀନ ଭଟ୍ଟଙ୍କୁ ଗୁଳି କରି ହତ୍ୟା
/sambad/media/post_attachments/wp-content/uploads/2022/05/f5h4f65s4hf6s5h4fh654fh65fh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)