ଜମ୍ମୁ-କଶ୍ମୀର: ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କୀର ମୃତ୍ୟୁ । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀ ଜଙ୍ଗଲରୁ ନଦୀକୁ ଡେଇଁ ଖସିଯାଇଛି । ଯାହାର ଏକ୍ସକ୍ଲୁସିଭ୍ ଭିଡିଓ ସାମ୍ନାକୁ ଆସିଛି ।
ଜମ୍ମୁ କଶ୍ମୀର ରକି ନଦୀକୁ ଡେଇଁ ଆତଙ୍କବାଦୀ ପହଁରି ପହଁରି ଯାଉଥିବାର ଭିଡିଓ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ରାଷ୍ଟ୍ରୀୟ ରାଇଫଲ ଏବଂ ଏସଓଜି ଯବାନମାନେ ଆତଙ୍କବାଦୀର ପିଛା କରୁଥିବା ବେଳେ ସେ ଖସିଯିବାରେ ସକ୍ଷମ ହୋଇଛି ।
ଏହି ବ୍ୟକ୍ତି ଜଣଙ୍କ କୁଲଗାମ ଜିଲ୍ଲାର । ଆତଙ୍କୀଙ୍କୁ ରହିବା ଏବଂ ଖାଇବାକୁ ଦେଇଥିଲେ । ପରେ ଯବାନମାନେ ଆସିବାରୁ ଆତଙ୍କୀ ଜଙ୍ଗଲ ଭିତରୁ ନଦୀକୁ ଡେଇଁ ପଳାଇଯାଉଥିବା ଦେଖିବାକୁ ମିଳିଛି । ତା’ ନାମ ଇମତିଆଜ୍ ମହମ୍ମଦ ମାର୍ଗେ, ବୟସ ୨୩ ବର୍ଷ ବୋଲି ସୂଚନା ମଳିଛି । ନଦୀରେ କରେଣ୍ଟ ପ୍ରବାହ ଅଧିକ ଥିବାରୁ ପାଣିରେ ବୁଡି ତାର ମୃତ୍ୟୁ ହୋଇଛି । ସେ ପହଲଗାମ ଆତଙ୍କୀଙ୍କୁ ସହଯୋଗ କରୁଥିଲା । ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାର୍ଯ୍ୟ କରୁଥିଲା । ମାର୍ଗେର ମୃତଦେହ ମିଳିବା ପରେ କୁଲଗାମର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଦୁଇ ଦିନ ପୂର୍ବରୁ ସେନା ତାଙ୍କୁ ଗିରଫ କରିଥିଲା ଏବେ ତା’ର ମୃତଶରୀର ମିଳିଛି ବୋଲି କହିଛନ୍ତି ମେହବୁବା ମୁଫତି ।