ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼, ୨ଆହତ

ଶ୍ରୀନଗର: ପୁଣି ଥରିଲା ଜମ୍ମୁ କଶ୍ମୀର। ଗତ ଦୁଇ ଦିନ ଧରି ଆତଙ୍କବାଦୀମାନେ ଲଗାତାର ଆକ୍ରମଣ କରୁଥିବା ବେଳେ ଆଜି ଜମ୍ମୁ କଶ୍ମୀରରେ ଗତ ଦୁଇ ଦିନ ମଧ୍ୟରେ ତୃତୀୟ ଆତଙ୍କବାଦୀ ଆକ୍ରମଣ ହୋଇଛି। ଶନିବାର ସନ୍ଧ୍ୟାରେ ଶ୍ରୀନଗରର ଅଲି କାଦଲରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି।

ସୂଚନାନୁସାରେ, ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଫିଙ୍ଗିଥିବା ବେଳେ ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥି ସହିତ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଅବରୋଧ କରି ଆତଙ୍କବାଦୀଙ୍କୁ ଖୋଜିବା ଆରମ୍ଭ କରିଛି। ଏହା ପୂର୍ବରୁ ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଅବସ୍ଥିତ ବିଜବେହରା ଏବଂ ବନ୍ଦିପୋରାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ଏହା ସହ ଅଗଷ୍ଟ ୧୨ରେ ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ସେନା ଶିବିର ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପରଘଲ୍‌ସ୍ଥିତ ସେନା ଶିବିର ବାଡ଼ ଅତିକ୍ରମ କରି ୨ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। କିନ୍ତୁ ସେମାନଙ୍କ ଉପରକୁ ସୁରକ୍ଷାକର୍ମୀ ଗୁଳି ଚାଳନା କରିଥିଲେ। ଫଳରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିପାତ ହେବା ସହ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଥିଲେ। ଏହା ସହ ୩ ଜଣ ଯବାନ ମଧ୍ୟ ଆହତ ହୋଇଥିବା କହିଥିଲେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁ‌କେଶ ସିଂହ।

ସମ୍ବନ୍ଧିତ ଖବର