ଅଲକାଏଦାର ଶାଖା ସଂଗଠନ ଏଜିଏଚ୍‌ କଶ୍ମୀରରୁ ମୂଳପୋଛ

ଶ୍ରୀନଗର : ଅଲକାଏଦାର ଶାଖା ସଂଗଠନ ଏଜିଏଚ୍‌ (ଅନ୍‌ସର ଗଜୱତୁଲ୍‌ ହିନ୍ଦ)କୁ କଶ୍ମୀରରୁ ମୂଳପୋଛ କରାଯାଇଛି। ଏଜିଏଚ୍‌ର କେବଳ କିଛି ସମର୍ଥକଏବେ କଶ୍ମୀରରେ ଅଛନ୍ତି। ଅନ୍ୟପକ୍ଷେ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ ( ଜୈସ୍‌ ଏ ମହମ୍ମଦ୍‌) କଶ୍ମୀରରେ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ତାଳମେଳରେ ବଡ଼ ଧରଣର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଜମ୍ମୁ କଶ୍ମୀର ଡିଜିପି ଦିଲବାଗ୍‌ ସିଂହ‌ ଆଜି ଦକ୍ଷିଣ କଶ୍ମୀରର ତ୍ରାଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଡିଜିପି ସିଂହ କହିଛନ୍ତି, ଜେଇଏମ୍‌ ଏବଂ ଏଲ୍‌ଇଟି କଶ୍ମୀରରେ ହିଂସା ଘଟାଇବା ପାଇଁ ପାକିସ୍ତାନରୁ ନିର୍ଦ୍ଦେଶ ପାଉଛନ୍ତି। ହିଂସା କିଭଳି ଘଟିବ ଏବଂ କେଉଁ ଧରଣର ହିଂସା ହେବ ସେ ସଂକ୍ରାନ୍ତରେ ପାକିସ୍ତାନରୁ ନିର୍ଦ୍ଦେଶ ଆସୁଛି। ଉଭୟ ଜେଇଏମ୍‌ ଏବଂ ଏଲ୍‌ଇଟି ପାକିସ୍ତାନରେ ପ୍ରତ୍ୟେକ ଆତଙ୍କବାଦୀ ଗୋଷ୍ଠୀ ସହ ଯୋଗାଯୋଗରେ କାମ କରୁଛନ୍ତି ବୋଲି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର