ଲାହୋରରେ ରାଜନୈତିକ ଦଳର ଅଫିସ ଖୋଲିଲା ଆତଙ୍କବାଦୀ ହାଫିଜ ସୟିଦ

ନୂଆଦିଲ୍ଲୀ: ରବିବାର ଦିନ ଲାହୋର ଠାରେ ନିଜ ରାଜନୈତିକ ଦଳ ‘ମିଲି ମୁସ୍‌ଲିମ୍‌ ଲିଗ୍‌’ (ଏମ୍‌ଏମ୍‌ଏଲ୍‌)ର କାର୍ଯ୍ୟାଳୟ ଖୋଲିଛି ପାକିସ୍ତାନୀ ଆତଙ୍କବାଦୀ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ ସୟିଦ। ଏ ଖବର ପ୍ରକାଶ ପାଇଛି ସେଠାକାର ଖବରକାଗଜ ଡନ୍‌ରେ।
କେବଳ ସେତିକି ନୁହେଁ ସୟିଦ ପାକିସ୍ତାନର ଜାତୀୟ ବିଧାନସଭା ନିର୍ବାଚନ ମଣ୍ଡଳୀ ଏନ୍‌ଏ -୧୨୦ର ବିଭିନ୍ନ ଅଞ୍ଚଳ ପରିଦଶର୍ନ କରିଛି।

ପରିଦର୍ଶନ ସମୟରେ ଲୋକେ ହର୍ଷୋତ୍‌ଫୁଲ୍ଲିତ ହୋଇ ତା’ ଉପରେ ଗୋଲାପ ପାଖୁଡ଼ା ବୃଷ୍ଟି କରିଥିଲେ।

ନିଷିଦ୍ଧ ସଙ୍ଗଠନଗୁଡ଼ିକୁ ରାଜନୀତିରେ ପ୍ରବେଶ କରିବାକୁ ପାକିସ୍ତାନର ଅଭ୍ୟନ୍ତର ମନ୍ତ୍ରାଳୟ ବିରୋଧ କରିବା ଏବଂ ଦେଶର ନିର୍ବାଚନ କମିସନ୍‌ ଏମ୍‌ଏମ୍‌ଏଲ୍‌କୁ ଏକ ରାଜନୈତିକ ଦଳ ଭାବେ ପଞ୍ଜିକରଣ କରିବାକୁ ମନା କରିବା ସତ୍ତ୍ୱେ ହାଫିଜ୍‌ ଏହା କରି ପାରିଛି।

Image Courtesy of TOI

ସଇଦ୍‌ର ଆତଙ୍କବାଦୀ ସଙ୍ଗଠନ ‘ଲସ୍କର୍‌-ଏ-ତୈବା’ର ଏକ ଶାଖା ସଙ୍ଗଠନ ହେଉଛି ‘ମିଲି ମୁସ୍‌ଲିମ୍‌ ଲିଗ୍‌’। ତାହାକୁ ପାକିସ୍ତାନରେ ନିଷିଦ୍ଧ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏହାକୁ ଏକ ଆତଙ୍କବାଦୀ ସଙ୍ଗଠନ ବୋଲି ବିବେଚନା କରେ। ଆହୁରି ମଧ୍ୟ ସଇଦ୍‌ଙ୍କ ଦାତବ୍ୟ ସଙ୍ଗଠନ ‘ଜମାତ୍‌-ଉଦ୍‌-ଦାଓ୍ଵା’ ସହ ‘ମିଲି ମୁସ୍‌ଲିମ୍‌ ଲିଗ୍‌’ ଅନୁବନ୍ଧିତ ହୋଇଛି।

ସମ୍ବନ୍ଧିତ ଖବର