ଚେନ୍ନାଇ: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ୍ଙ୍କ ହିନ୍ଦୁ ଉଗ୍ରପନ୍ଥୀ ବୟାନ ପାଇଁ ସେ କଡ଼ା ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ନିଜ ବୟାନରୁ ଓହରିନାହାନ୍ତି। ତାଙ୍କ ହିନ୍ଦୁ ଉଗ୍ରପନ୍ଥୀ ବୟାନ ଆଦୌ ଭୁଲ୍ ନୁହେଁ ବୋଲି ସେ କହିଛନ୍ତି। କମଲ୍ ହାସନ ପୁଣିଥରେ କହିଛନ୍ତି ସବୁ ଧର୍ମରେ ଉଗ୍ରପନ୍ଥୀ ଅଛନ୍ତି ଏବଂ କେହି ବି ନିଜକୁ ପବିତ୍ର ବୋଲି ଦାବି କରିପାରିବେ ନାହିଁ। ପୂର୍ବରୁ ମଧ୍ୟ ସେ ଚେନ୍ନାଇରେ ଏକ ନିର୍ବାଚନୀ ରାଲିରେ ଏଭଳି ଟିପ୍ପଣୀ ରଖିଛନ୍ତି ବୋଲି ହାସନ୍ କହିଛନ୍ତି। ସେ କହିଛନ୍ତି ଯେ ଏଭଳି ବୟାନ ପାଇଁ ସେ ଗିରଫକୁ ଆଦୌ ଭୟ କରୁନାହାନ୍ତି। ତେବେ ଏ ନେଇ ତାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହେବାପରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି।
ସବୁ ଧର୍ମରେ ଉଗ୍ରପନ୍ଥୀ ଅଛନ୍ତି: କମଲ ହାସନ
/sambad/media/post_attachments/wp-content/uploads/2019/05/kamalhassan-bccl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)