ସୈନିକଙ୍କ ପୋଷାକରେ ଆତଙ୍କବାଦୀ

କଲମ୍ବୋ: ଶ୍ରୀଲଙ୍କାରେ ଏବେ ସୈନିକଙ୍କ ପୋଷାକ ପିନ୍ଧି ଆତଙ୍କବାଦୀମାନେ ବୁଲୁଛନ୍ତି। ସୈନିକଙ୍କ ପୋଷାକ ପିନ୍ଧି ଘୂରିବୁଲୁଥିବା ଆତଙ୍କବଦୀମାନେ ପୁଣି ଆକ୍ରମଣ କରିପାରନ୍ତି ବୋଲି ଶ୍ରୀଲଙ୍କା ନିରାପତ୍ତା ବାହିନୀ ପକ୍ଷରୁ ସତର୍କ କରାଯାଇଛି। ଶ୍ରୀଲଙ୍କା ପୁଲିସ୍‌ର ମିନିଷ୍ଟେରିଆଲ୍‌ ଡିଭିଜନ୍‌ ଦେଶର ଅନ୍ୟ ସୁରକ୍ଷା ସଂସ୍ଥାଗୁଡିକୁ ଏହି ସତର୍କ ସୂଚନା ଦେଇଥିବା ଜଣାପଡିଛି। ଏହି ସୂଚନା ମୁତାବକ, ଇସ୍ଲାମିକ୍‌ ଷ୍ଟେଟ୍‌ର ଆତଙ୍କବଦୀମାନେ ସୈନିକଙ୍କ ପୋଷାକ ପିନ୍ଧି ବୁଲୁଛନ୍ତି ଏବଂ ସେମାନେ ରବିବାର କିମ୍ବା ସୋମବାର ଆତ୍ମଘାତୀ ଆକ୍ରମଣ କରିପାରନ୍ତି। ସନ୍ଦିଗ୍ଧ ଆତଙ୍କବାଦୀମାନେ ବାଟିକଲୋଆ ସମେତ ଦେଶର ପାଞ୍ଚଟି ସ୍ଥାନରେ ଆକ୍ରମଣ କରିବା ଯୋଜନା କରିଥିବା ଜଣାପଡିଛି। ତେବେ ରବିବାର କୌଣସି ଆତ୍ମଘାତୀ ଆକ୍ରମଣ ହୋଇନଥିବା ବେଳେ ସୋମବାର ଦେଶରେ ସୁରକ୍ଷା କଡାକଡି କରାଯାଇଛି। ରବିବାର ରାତିରେ କର୍ଫ୍ୟୁ ଉଠାଇ ନିଆଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ସେନା ଏବଂ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅଭିଯାନ ଜାରି ରହିଛି।

ସମ୍ବନ୍ଧିତ ଖବର