ପାକଳଉଛି ବିଜେପି-କଂଗ୍ରେସ ‘ଜୀ’ ଲଢ଼େଇ: ରାହୁଲଙ୍କ ‘ମାସୁଦ ଆଝାର ଜୀ’ ପରେ ରବି ଶଙ୍କରଙ୍କ ‘ହଫିଜ ଜୀ’ ଭିଡିଓ ଭାଇରାଲ୍‌

ନୂଆଦିଲ୍ଳୀ: ଆସନ୍ତା ସାଧାରଣ ନିର୍ବାଚନ ସକାଶେ ଚାରିଆଡ଼େ ଏବେ ରାଜନୀତି ମାହୋଲ୍‌। ବିରୋଧୀଙ୍କ ଭିତରେ ଦେଖିବାକୁ ମିଳିଛି ଗୋଡ଼ ଟଣାଟଣି ନୀତି। କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ମାସୁଦ ଆଝାର ଜୀ’ ସମ୍ବୋଧନ କରି ସମାଲୋଚିତ ହେବା ପରେ ଏବେ ସମାନ ଫାସରେ ପଡ଼ି ଯାଇଛନ୍ତି ବରିଷ୍ଟ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

 

କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦି ମଙ୍ଗଳବାର ଏକ ଭିଟିଓ ଟୁଇଟ୍‌ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ରବି ଶଙ୍କର ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ମୁଖ୍ୟ ହଫିଜ ସଇଦକୁ ‘ହଫିଜ ଜୀ’ କହି ସମ୍ବୋଧନ କରିଛନ୍ତି। କଂଗ୍ରେସ ମୁଖପାତ୍ର ରବି ଶଙ୍କରଙ୍କର ଏହି ଭିଡିଓ ସହ ସେ ଆହୁରି ୨ଟି ଫଟୋ ବି ଟୁଇଟ୍‌ କରିଛନ୍ତି। ଫଟୋ ଟୁଇଟ୍‌ କରି ସେ ଲେଖିଛନ୍ତି ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ସହ ମାସୁଦ ଆଝାରର ଏହି ଫଟୋକୁ ଦେଶ କେବେ ବି ଭୁଲିବ ନାହିଁ।

 

ଉଲ୍ଳେଖଯୋଗ୍ୟ, ମାର୍ଚ ୧୧ ତାରିଖରେ ପୁଲଓ୍ଵାମା ଆଜତଙ୍କବାଦୀ ଆକ୍ରମଣ ପ୍ରସଂଗରେ ଆଲୋଚନା କଲା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୈସ୍‌-ଇ-ମହମ୍ମଦର କୁଖ୍ୟତ ଆତଙ୍କବାଦୀ ମାସୁଦ ଆଝାରକୁ ‘ମାସୁଦ ଆଝାର ଜୀ’ ବୋଲି କରିଥିବା ସମ୍ବୋଧନ କରିବା ପରେ ତାଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ରାହୁଲ ଆତଙ୍କବାଦୀ ଆଝାରକୁ ‘ଜୀ’ ବୋଲି କହୁଥିବା ବେଳର ଏକ ଭିଡିଓ ପୋଷ୍ଟ୍‍ କରି ରବି ଶଙ୍କର ତାଙ୍କୁ ତାତ୍ସଲ୍ୟ କରି ରାହୁଲଙ୍କ ଆତଙ୍କବାଦୀଙ୍କ ପ୍ରତି ସମ୍ମାନ ବୋଲି ଲେଖିଥିଲେ।

 

ରବି ଶଙ୍କର ତାତ୍ସଲ୍ୟ କରି ଯେଉଁ ଟୁଇଟ୍‌ କରିଥିଲେ ସେଥିରେ ଲେଖା ଯାଇଥିଲା, ‘ କମ୍‌ ଅନ୍‌ ରାହୁଲ ଗାନ୍ଧୀ ଜୀ’’! ଏହା ତ ପୂରା ଦିଗ୍‌ବିଜୟ ଜୀଙ୍କ ପରି ହୋଇଗଲା, ଯିଏକି ‘ଓସାମା ଜୀ’ ଓ ‘ହାଫିଜ ସାଇବ ସାହେବ’ ସମ୍ବୋଧନ କରିଥିଲେ। ଏବେ ତୁମେ କହୁଛ ‘ମାସୁଦ ଆଝାର ଜୀ’। ତୁମ କଂଗ୍ରେସ ଦଳକୁ କ’ଣ ହୋଇଛି?’

ସମ୍ବନ୍ଧିତ ଖବର