ଶ୍ରୀନଗର:ଜମ୍ମୁ କଶ୍ମୀର ପୁଲ୍ଓ୍ଵାମା ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ପୁଣି ଏକ ବର୍ବର କାଣ୍ଡ ଘଟାଇଛନ୍ତି। ଛୁଟିରେ ଥିବା ଜଣେ ସିଆରପିଏଫ୍ ଯବାନଙ୍କୁ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାନୁଯାୟୀ ଆତଙ୍କବାଦୀଙ୍କ ଗୁଳିରେ ସହିଦ୍ ହୋଇଥିବା ସିଆରପିଏଫ୍ ଯବାନଙ୍କୁ ନସିର ଅହମ୍ମଦ ରଥର ବୋଲି ଚିହ୍ନଟ କରାଯାଇଛି। ପୁଲ୍ଓ୍ଵାମା ଜିଲ୍ଲା ସିଆରପିଏଫ୍ ୧୮୨ ବାଟାଲିଅନ୍ରେ ସେ କାର୍ଯ୍ୟରତ ଥିଲେ। ଯବାନ ନସିରଙ୍କ ଘର ନଇରା ଗ୍ରାମରେ। ସେ ଏବେ ଛୁଟି ନେଇ ଘରକୁ ଆସିଥିଲେ। କିନ୍ତୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆତଙ୍କବାଦୀ ଯବାନ ନସିରଙ୍କ ଘରେ ପଶି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ନସିରଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଉକ୍ତ ଘଟଣାପରେ ଏବେ ଆତଙ୍କବାଦୀଙ୍କୁ ଠାବ କରିବାପାଇଁ ଉକ୍ତ ଅଞ୍ଚଳରେ ଅପରେସନ୍ ଜାରି ରହିଛି। ଏନେଇ ମାମଲା ରୁଜୁ ହୋଇଛି। ଗତ ଜୁଲାଇ ୨୧ରେ ମଧ୍ୟ ଛୁଟିରେ ଥିବା ଜଣେ ଯବାନ ମହମ୍ମଦ ସଲିମ୍ ଶାହଙ୍କୁ କୁଲଗାମ୍ ସ୍ଥିତ ତାଙ୍କ ବାସଭବନରୁ ଅପହରଣ କରିନେଇ ହତ୍ୟା କରାଯାଇଥିଲା। ଜୁଲାଇ ୬ରେ ଅନ୍ୟଜଣେ ଯବାନ ଜାଭେଦ୍ ଦାରଙ୍କୁ ମଧ୍ୟ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା କରିଥିଲେ। ଏହାପୂର୍ବରୁ ସେନା ଯବାନ୍ ଔରଙ୍ଗଜେବ୍ ଛୁଟିରେ ନିଜ ଘରକୁ ଫେରୁଥିବାବେଳେ ତାଙ୍କୁ ଅଧାବାଟରୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ।
ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ:ଛୁଟିରେ ଥିବା ଯବାନଙ୍କୁ ଘରେ ପଶି ହତ୍ୟା
/sambad/media/post_attachments/wp-content/uploads/2018/07/jawan-killed.bmp)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)