ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ କରି ଶନିବାର ଦିନ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

Advertisment

ରଜୌରୀ ଜିଲ୍ଲାର ବୁଧଲ ଅନ୍ତର୍ଗତ ଗୁନ୍ଦା-ଖାୱାସ ଗ୍ରାମରେ ଏନ୍‌କାଉଣ୍ଟର୍‌ ଚାଲିଥିଲା। ସେତେବେଳେ ଜଣେ ସରକାରୀ ଅଧିକାରୀ କହିଥିଲେ, ଏନ୍‌କାଉଣ୍ଟର୍‌ ଚାଲିଛି ଓ ଘଟଣାସ୍ଥଳରେ ପୁଲିସ ଟିମ୍‌ ଉପସ୍ଥିତ ଅଛନ୍ତି। ସ୍ଥଳବିଶେଷରୁ ପ୍ରାପ୍ତ ସୂଚନା ଅନୁସାରେ, ଏଯାବତ୍‌ ଜଣେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

ଜମ୍ମୁ ‘ଏଡିଜି’ ମୁକେଶ ସିଂହ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ରଜୌରୀର ଖୱାନ୍‌ ଅଞ୍ଚଳରେ ପୁଲିସ କର୍ଡନ୍‌ରେ ଥିବା ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ ଚାଲିଛି। ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁସାରେ, ଏଯାବତ୍‌ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

publive-image Image Courtesy of NDTV

ଉଲ୍ଲେଖଯୋଗ୍ୟ, ଏହାର ଦିନକ ପୂର୍ବରୁ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ୩ଜଣ ସେନା ଯବାନ ସହିଦ ହୋଇଥିଲେ।

ଟୁଇଟ୍‌ କରି ଶ୍ରୀନଗରସ୍ଥିତ ସେନାର ଚିନାର କର୍ପସ୍‌ ଲେଖିଥିଲେ: କୁଲ୍‌ଗାମ୍‌ରେ ‘ଅପରେସନ୍‌ ହାଲାନ୍‌’। କୁଲ୍‌ଗାମ୍‌ର ହାଲାନ୍‌ର ଉପର ପ୍ରାନ୍ତରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇ ୨୦୨୩ ଅଗଷ୍ଟ ୪ ତାରିଖରେ ନିରାପତ୍ତା ବଳ ଅଭିଯାନ ଆରମ୍ଭ କରିଥିଲା। ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ୩ଜଣ ଯବାନ ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଗଲା। ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି।