ଜମ୍ମୁ ଓ କଶ୍ମୀରର ଶୋପିଆଁରେ ‘ଏନ୍‌କାଉଣ୍ଟର୍‌’: ଜଣେ ଆତଙ୍କବାଦୀ ନିହତ

ଶୋପିଆଁ: ଆଜି ଜମ୍ମୁ ଓ କଶ୍ମୀରର ଶୋପିଆଁ ଅନ୍ତର୍ଗତ ରାଓ୍ଵଲପୋରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ଏ ସଂକ୍ରାନ୍ତରେ କଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌ କରି ଲେଖିଛି, ଶୋପିଆଁ ଏନ୍‌କାଉଣ୍ଟର୍‌ର ସଦ୍ୟତମ ତଥ୍ୟ: ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି। ଅଭିଯାନ ଚାଲୁ ରହିଛି। ଏହାପରେ ସବିଶେଷ ବିବରଣୀ ଦିଆଯିବ।

ଶନିବାର ଦିନ ରାଓ୍ଵଲପୋରା ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।

ପୂର୍ବରୁ ମାର୍ଚ ୧୧ ତାରିଖରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ଜୈଶ୍‌-ଏ-ମହମ୍ମଦର ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର