ଶ୍ରୀନଗର: ଗତ ରାତି ପାହାନ୍ତା ପୂର୍ବରୁ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଅର୍‌ୱାନି ଅଞ୍ଚଳରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏବେ ସମ୍ପୃକ୍ତ ଅଞ୍ଚଳରେ ତଲାସ ଚାଲିଛି ଏବଂ ପରେ ପରେ ପୂର୍ଣ୍ଣ ବିବରଣୀ ଆସିବ ବୋଲି ପୁଲିସ କହିଛି।

ଏ ସଂକ୍ରାନ୍ତରେ କଶ୍ମୀର ଜୋନ୍‌ ପୁଲିସ କରିଥିବା ଟୁଇଟ୍‌ରେ ଉଲ୍ଲେଖ ଅଛି, ଅନନ୍ତନାଗର ମୁମାମହଲ (ଆର୍‌ୱାନି) ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଛି। ପୁଲିସ ଏବଂ ନିରାପତ୍ତା ବଳ ଅଭିଯାନ ଚଳାଇଛନ୍ତି।

publive-image Image Courtesy of India TV News

ପୂର୍ବରୁ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଥିଲେ ଯେ, ଆର୍‌ୱାନି ଗ୍ରାମରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ  ନିରାପତ୍ତା ବଳର ମିଳିତ ଟିମ୍‌ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚଳାଇଥିଲେ।

ତଲାସକାରୀ ଦଳ ସନ୍ଦିଗ୍ଧ ସ୍ଥାନକୁ ବେଢ଼ିଯିବା ପରେ ଗୁଳି ଚାଳନା ଆରମ୍ଭ ହୋଇ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା ‌ବୋଲି ସେ କହିଛନ୍ତି।