କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ ଏବଂ ବେଙ୍ଗଲ ପୁଲିସର ଏସଟିଏଫର ଏକ ଟିମ୍ କାନିଂ ହସ୍ପିଟାଲ ନିକଟରୁ କଶ୍ମୀର ଆତଙ୍କବାଦୀ ଜାଭେଦ ମୁନ୍ସିକୁ ଗିରଫ କରିଛି। ଜାଭେଦ ମୁନ୍ସି କଶ୍ମୀରରେ ନିଷିଦ୍ଧ ତେହରିକ୍-ଇ-ମୁଜାହିଦ୍ଦିନ ସଂଗଠନର ସଦସ୍ୟ ବୋଲି ଅଭିଯୋଗ ହୋଇଛି। ସେ ଅନେକ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିଲା। ଜମ୍ମୁ-କଶ୍ମୀର ପୁଲିସ ଦୀର୍ଘ ଦିନ ଧରି ଜାଭେଦକୁ ଖୋଜୁଥିଲା।
ସୂଚନା ଅନୁଯାୟୀ, ଜାଭେଦ ମୁନ୍ସି ଜଣେ ଦୁର୍ଦ୍ଦାନ୍ତ ଆଇଇଡି ବିଶେଷଜ୍ଞ ଏବଂ ଅସ୍ତ୍ରଶସ୍ତ୍ର ଅପରେଟର । ୨୦୧୧ରେ ଆହଲ-ଏ-ହାଦିସ୍ ନେତା ଶୌକତ ଶାହାଙ୍କ ହତ୍ୟାଘଟଣାରେ ସେ ସମ୍ପୃକ୍ତ ଥିଲା। ଆତଙ୍କବାଦ ସଂକ୍ରାନ୍ତ ଅଭିଯୋଗରେ ସେ ଅନେକ ଜେଲ୍ ଦଣ୍ଡ ମଧ୍ୟ ଭୋଗିଛି। ପଚରାଉଚରା ବେଳେ ମୁନ୍ସି ସ୍ୱୀକାର କରିଥିଲା ଯେ ସେ ତାଙ୍କ ହେଣ୍ଡଲରମାନଙ୍କ ନିର୍ଦ୍ଦେଶରେ ନକଲି ପାକିସ୍ତାନୀ ପାସପୋର୍ଟରେ ବାଂଲାଦେଶ, ନେପାଳ ଓ ପାକିସ୍ତାନ ଯାଇଥିଲା। ପୁଲିସର କହିବା ଅନୁସାରେ ତେହରିକ-ଇ-ମୁଜାହିଦ୍ଦିନକୁ ପାକିସ୍ତାନଠାରୁ ନିୟନ୍ତ୍ରିତ କରାଯାଏ ଏବଂ କଶ୍ମୀର, ପାକିସ୍ତାନ ଓ ବାଂଲାଦେଶର ଅନ୍ୟ ଆତଙ୍କବାଦୀ ସଂଗଠନ ସହ ଏହାର ସମ୍ପର୍କ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)