ସମୁଦ୍ର ରାସ୍ତାରେ ଆକ୍ରମଣ ପାଇଁ ଜୈସ୍‌ର ଷଡ଼ଯନ୍ତ୍ର

ହାଇ ଆଲର୍ଟରେ ନୌସେନା

ପୁନେ: କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯିବା ପରେ ବିଚଳିତ ପାକିସ୍ତାନ ଏବଂ ଏହାର ପ୍ରମୁଖ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦ ଭାରତରେ ବଡ଼ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଜଣାପଡ଼ିଛି। କଶ୍ମୀର ସୀମା ତଥା ନିୟନ୍ତ୍ରଣ ରେଖା ଅଂଚଳରେ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି ହୋଇଥିବାରୁ ଏବେ ଜୈସ୍‌ ସଂଗଠନର ଅଣ୍ଡର୍‌ୱାଟର୍‌ ୱିଙ୍ଗ୍‌ ସମୁଦ୍ର ରାସ୍ତାରେ ଆସି ଭାରତରେ ଆକ୍ରମଣ କରିବାକୁ ଯୋଜନା କରିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ନୌସେନା ହାଇ ଆଲର୍ଟରେ ରହିଛି। ତଟରକ୍ଷୀ ବାହିନୀର ପାଟ୍ରୋଲିଂ ମଧ୍ୟ ପୂର୍ବାପେକ୍ଷା ଅଧିକ କଡ଼କଡ଼ି ହୋଇଛି। ନୌସେନା ମୁଖ୍ୟ ଏଡ୍‌ମିରାଲ କରମବୀର ସିଂହ କହିଛନ୍ତି ଯେ ସୁମଦ୍ର ରାସ୍ତାରେ ଆତଙ୍କବାଦୀଙ୍କୁ ଭାରତ ପଠାଇ ଆକ୍ରମଣ କରିବାକୁ ଜ‌ୈସ୍‌ର ଅଣ୍ଡରୱାଟର ୱିଙ୍ଗ୍‌ ଆତଙ୍କବାଦୀଙ୍କୁ ସ୍ବତନ୍ତ୍ର ତାଲିମ ଦେଉଛି। ଏଭଳି ଆକ୍ରମଣକୁ ପଣ୍ଡ କରିବା ପାଇଁ ଭାରତର ସବୁ ସାମର୍ଥ୍ୟ ରହିଛି ଏବଂ ତଟୀୟ ସୁରକ୍ଷା ଉପରେ ଅହରହ ନଜର ରଖାଯାଇଛି ବୋଲି ଏଡମିରାଲ ସିଂହ କହିଛନ୍ତି। ସୂଚନାଯୋଗ୍ୟ ୨୦୦୮, ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀମାନେ ସମୁଦ୍ର ରାସ୍ତାରେ ଆସି ମୁମ୍ବାଇରେ ବଡ଼ ଧରଣର ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର