ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିକରି ଜଣେ ମହିଳାଙ୍କୁ ହତ୍ୟା କରିଥିବା ବେଳେ ଆଉ ୨ ଜଣ ବ୍ୟକ୍ତି ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି। ପୁଲୱାମା ଜିଲ୍ଲାର ସିଙ୍ଗୁ-ନର୍ବଳ ଅଂଚଳରେ ଜଣେ ମହିଳା ଏବଂ ଅନ୍ୟ ଜଣକୁ ଟାର୍ଗେଟ୍ କରି ବୁଧବାର ଆତଙ୍କବାଦୀ ଗୁଳି କରିଥିଲେ। ଏଥିରେ ନିଗିନା ବାନୋ ନାମକ ମହିଳା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆତଙ୍କବଦୀମାନେ ନାଗରିକଙ୍କୁ ଟାର୍ଗେଟ୍ କରି ହତ୍ୟା କରିଥିବା ଯୋଗୁଁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି। ଆଗରୁ ଆତଙ୍କବାଦୀମାନେ କେବଳ ସେନା କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିଲେ।
ନାଗରିକଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ୍:ମହିଳାଙ୍କୁ ଗୁଳିକରି ହତ୍ୟା
/sambad/media/post_attachments/wp-content/uploads/2019/06/terrorist.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)