ଗୁଳି ଚୋଟରେ ଲଶ୍କର୍‌ ଆତଙ୍କବାଦୀ ନିହତ: ଜମ୍ମୁ ଓ କଶ୍ମୀର ପୁଲିସ

ଶ୍ରୀନଗର: ‘ଲଶ୍କର୍‌-ଏ-ତୈବା’ ସଙ୍ଗଠନ ସହିତ ଜଡ଼ିତ ଥିବା ଜଣେ ଆତଙ୍କବାଦୀଙ୍କୁ ଆଜି ଜମ୍ମୁ ଓ କଶ୍ମୀରର ଶୋପିଆଁରେ ଏନ୍‌କାଉଣ୍ଟ୍‌ କରାଯାଇ ହତ୍ୟା କରାଯାଇଥିବା କଥା ପୁଲିସ କହିଛି।

ନସୀର ଅହମଦ୍‌ ଭଟ୍ଟ ନାମକ ଉକ୍ତ ଆତଙ୍କବାଦୀ ନିକଟ ଅତୀତରେ ଗୋଟାଏ ଏନ୍‌କାଉଣ୍ଟର୍‌ରୁ ବର୍ତ୍ତି ଯାଇଥିଲା। କେତେଗୁଡ଼ିଏ ଆତଙ୍କବାଦ ଅପରାଧରେ ସେ ଜଡ଼ିତ ବୋଲି କଶ୍ମୀର ‘ଏଡିଜିପି’ ବିଜୟ କୁମାର କହିଛନ୍ତି।

ଆଜି ସକାଳେ ବାସ୍କୁଚନ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହେବାର ୨ ଘଣ୍ଟା ପରେ କଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌ କରି ସୂଚନା ଦେଇଥିଲା କି, ଭଟ୍ଟଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ତାଙ୍କ ପାଖରୁ ଗୋଟାଏ ‘ଏକେ-୪୭’ ରାଇଫଲ୍‌ ସମେତ ଆପତ୍ତିଜନକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଖାନ୍‌ତଲାସ ମଧ୍ୟ ଜାରି ରହିଛି।

Image Courtesy of Zee News

ଏହା ପୂର୍ବରୁ କଶ୍ମୀର ପୁଲିସ ସୂଚନା ଦେଇଥିଲା କି, ବାସକୁଚନ ଇମାମସାହିବ୍‌ ଅଞ୍ଚଳରେ ନିରାପତ୍ତା ବଳ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଓ ଏନ୍‌କାଉଣ୍ଟର୍‌ ଚଳାଇଛନ୍ତି। ସେଠାରେ ଦୁଇଜଣ ଆତଙ୍କବାଦୀ ଫସି ରହିଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରେ ଆତଙ୍କବାଦୀମାନେ ଉପସ୍ଥିତି ଥିବା କଥା ସୁନିର୍ଦ୍ଦଷ୍ଟ ସୂଚନା ପାଇବା ପରେ ପୁଲିସ ଓ ନିରାପତ୍ତା ବଳ ଅଭିଯାନ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଏହା ହେଉଛି କଶ୍ମୀର ଉପତ୍ୟକାରେ  ଏନ୍‌କାଉଣ୍ଟର୍।

ସମ୍ବନ୍ଧିତ ଖବର