ଇସଲାମାବାଦ : ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ ହକ୍ କାକର ସମସ୍ତଙ୍କୁ ଚମକାଇ ଦେବାଭଳି ଏକ ନିଷ୍ପତ୍ତି ନେଇଛନ୍ତି। କାକର୍ ତାଙ୍କ କ୍ୟାବିନେଟ୍ରେ ଭାରତୀୟ ଜେଲ୍ରେ ଥିବା କାଶ୍ମୀରୀ ଆତଙ୍କବାଦୀ ୟାସିନ ମଲିକର ପତ୍ନୀ ମୁଶାଲ ହୁସେନ ମଲିକକୁ ସାମିଲ କରିବାକୁ ଘୋଷଣା କରିଛନ୍ତି। ମୁଶାଲଙ୍କୁ ମନ୍ତ୍ରୀ ପାହ୍ୟା ଦିଆଯାଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତି ଦିଆଯିବ ବୋଲି ଆଜି ଘୋଷଣା କରାଯାଇଛି। ପାକିସ୍ତାନରେ ରହୁଥିବା ମୁଶାଲଙ୍କ ସହିତ ୟାସିନ ମଲିକ ୨୦୦୯ରେ ବିବାହ କରିଥିଲା। ୟାସିନକୁ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ମୁଶାଲଙ୍କ ମା’ ପାକିସ୍ତାନ ମୁସ୍ଲିମ ଲିଗ୍ ମହିଳା ଶାଖାର ପୂର୍ବତନ ମହାସଚିବ ଏବଂ ତାଙ୍କ ପିତା ଜଣେ ଖ୍ୟାତନାମା ଅର୍ଥନୀତିଜ୍ଞ।
ଆତଙ୍କବାଦୀ ୟାସିନ ମଲିକର ପତ୍ନୀ ପାକିସ୍ତାନରେ ମନ୍ତ୍ରୀ ହେବେ
/sambad/media/post_attachments/wp-content/uploads/2023/08/54fh65f4sh65fh4f65hfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)