ନୂଆଦିଲ୍ଲୀ: ସମୁଦ୍ର ପଥ ଦେଇ ଭାରତରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଛି ବୋଲି ଭାରତୀୟ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାନ୍ବା ସତର୍କ କରାଇ ଦେଇଛନ୍ତି।
ମଙ୍ଗଳବାର ଦିନ ‘ଇଣ୍ଡୋ-ପେସିଫିକ୍ ରିଜିଓନାଲ୍ ଡାଇଲଗ୍’ରେ ଆଡ୍ମିରାଲ୍ ଲାନ୍ବା କହିଛନ୍ତି, ସମୁଦ୍ର ପଥ ସମେତ ବିଭିନ୍ନ ଉପାୟରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଥିବା ଖବର ଆମକୁ ମିଳିଛି।
ନୌସେନା ମୁଖ୍ୟ ପାକିସ୍ତାନର ନାଁ ନ ଧରି କହିଲେ କି, ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଅଧିକ ଉଗ୍ର ରୂପ ଭାରତ ସମ୍ମୁଖୀନ ହୋଇଛି। ମାତ୍ର ତିନି ସପ୍ତାହ ତଳେ ଆମେ ଜମ୍ମୁ ଓ କଶ୍ମୀର ରାଜ୍ୟରେ ଆତଙ୍କବାଦୀ ଆକ୍ରମଣର ଭୀଷଣ ରୂପ ଦେଖିଛନ୍ତି। ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ଏକ ରାଜ୍ୟ ସହଯୋଗରେ ଆତଙ୍କବାଦୀମାନେ ଏ ଭଳି ହିଂସା ଭିଆଇ ଥିଲେ।
ଆଡ୍ମିରାଲ୍ ଲାନ୍ବା କହିଲେ ଯେ ସମ୍ପ୍ରତି ଇଣ୍ଡୋ-ପେସିଫିକ୍ ଅଞ୍ଚଳ ପ୍ରମୁଖ ଆତଙ୍କ ବିପଦ୍ର ସମ୍ମୁଖୀନ ହେଉଛି। ଗତ କେତେ ବର୍ଷ ହେବ ଇଣ୍ଡୋ-ପେସିଫିକ୍ ଅଞ୍ଚଳ ଆତଙ୍କବାଦର ଏକାଧିକ ରୂପ ଦେଖିଛି।