ଶ୍ରୀନଗର: ପୁଣି ଆକ୍ରମଣ କଲେ ଆତଙ୍କବାଦୀ। ପୁଣି ରକ୍ତରେ ଭିଜିଲା ପୁଲୱାମା ମାଟି। ରବିବାର ଦିନ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ, ରବିବାର ଅପରାହ୍ନରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଗୋଙ୍ଗୁ କ୍ରସିଂ ନିକଟରେ ଥିବା ସର୍କୁଲାର ରାସ୍ତାରେ ପୁଲିସ ଏବଂ ସିଆରପିଏଫର ମିଳିତ ଟିମ୍ ଯାଞ୍ଚରେ ନିୟୋଜିତ ଥିଲେ। ଏହି ସମୟରେ ଆତଙ୍କବାଦୀମାନେ ତନଖି ଟିମ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ସିଆରପିଏଫର ଏଏସଆଇ ବିନୋଦ କୁମାରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏହା ପୂର୍ବରୁ ଜୁଲାଇ ୧୨ରେ ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲା। ଏହି ଅଞ୍ଚଳରେ ବହୁତ ଭିଡ଼ ରହୁଥିବାରୁ ଆତଙ୍କବାଦୀମାନେ ସହଜରେ ଆକ୍ରମଣ କରିପାରିଥିଲେ। ଆତଙ୍କବାଦୀମାନେ ପୂର୍ବରୁ ମାର୍କେଟରେ ପୁଲିସର ତନଖି ପାର୍ଟିକୁ ଅପେକ୍ଷା କରିଥିବା ବେଳେ ପୁଲିସର ତନଖି ପାର୍ଟି ପହଞ୍ଚିବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏଏସ୍ଆଇ ମୁଶତାକ୍ ଅହମ୍ମଦ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ। ଏହି ଆକ୍ରମଣରେ ଅନ୍ୟ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିଲେ।
ସହିଦଙ୍କ ରକ୍ତରେ ଭିଜିଲା ପୁଲୱାମାର ମାଟି, ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ
/sambad/media/post_attachments/wp-content/uploads/2022/07/t-30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)