ନୂଆଦିଲ୍ଲୀ: ହମାସ୍ ଆତଙ୍କବାଦୀମାନେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରି ଘରେ ପିଲାମାନଙ୍କ ସହ ଥିବା ବେଳେ ଏକ ଦମ୍ପତିଙ୍କୁ ହତ୍ୟା କରିଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ମୃତ ଦମ୍ପତିଙ୍କ ନାମ ଶ୍ଳୋମି ଓ ସଚର ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ। ହମାସ ଆତଙ୍କବାଦୀଙ୍କ ଆକ୍ରମଣର ଭୟବହ ଦୃଶ୍ୟ ଓ ଘଟଣା କ୍ରମାଗତ ଭାବେ ସାାମ୍ନାକୁ ଆସୁଛି। ଯାହାକୁ ଦେଖିବା ଓ ଶୁଣିବା ପରେ ଲୋମମୂଳ ଟାଙ୍କୁରି ଉଠୁଛି।
ଇସ୍ରାଏଲ ଅଧିକାରୀଙ୍କ କହିବାନୁସାରେ, ହମାସ ଆତଙ୍କବାଦୀମାନେ ଘର ଭିତରେ ଥିବା ଏକ ଦମ୍ପତିଙ୍କୁ ହତ୍ୟା କରିଛନ୍ତି। ଆଖି ସାମ୍ନାରେ ବାପା ଓ ମା’ଙ୍କର ମୃତ୍ୟୁ ଦେଖି ପିଲା ଭୟଭୀତ ହୋଇଯାଇଛନ୍ତି। ସେମାନେ ବାପ ଓ ମା’ଙ୍କ ମୃତଶରୀର ନିକଟରେ ବସି କାନ୍ଦୁଥିଲେ। ଆଉ କହୁଥିଲେ, ‘‘ବାପା.... ମା’... ଉଠିପଡ଼। ଭୟ ଲାଗୁଛି।’’
ସରକାର ମୃତ ଦମ୍ପତିଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ବାପା ଓ ମା’ଙ୍କ ମୃତ୍ୟୁ ପରେ ତାଙ୍କ ପିଲା ଅନାଥ ହୋଇଗଲେ। ଏହି ପୋଷ୍ଟ ସେୟାର କରିବା ସହଜ ନଥିଲା। କିନ୍ତୁ କିଛି ବିକଳ୍ପ ନାହିଁ।’
This beautiful couple was slaughtered in their homes by Hamas terrorists.
Their children are now orphans.
Images like these are extremely difficult to share. But we have no choice.
For the victims. For the families.
Remember Shlomi and Shachar 💔 pic.twitter.com/szF1JNrt68
— Israel ישראל 🇮🇱 (@Israel) October 9, 2023