ବିଜେପି ନେତା ୱସିମ୍‌ ବାରିଙ୍କୁ ପରିବାର ସଦସ୍ୟଙ୍କ ସହ ହତ୍ୟା

ଶ୍ରୀନଗର : ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆଜି ରାତିରେ ଆତଙ୍କବାଦୀମାନେ ଆଉ ଏକ ବର୍ବର କାଣ୍ଡ ଘଟାଇଛନ୍ତି। ବିଜେପି ନେତା ୱସିମ ବାରିଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ୱସିମ ବାନ୍ଦିପୋରା ଜିଲ୍ଲାର ପୂର୍ବ ବିଜେପି ଅଧ୍ୟକ୍ଷ ଥିଲେ। ବିଜେପି ନେତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହିତ ଆଲୋଚନା କରିଛନ୍ତି। ୱସିମ୍‌ଙ୍କ ଜୀବନ ବିପଦରେ ଥିବାରୁ ତାଙ୍କୁ ୮ ଜଣ ସୁରକ୍ଷା କର୍ମୀ ଦିଆଯାଇଥିଲା। ତେବେ ଘଟଣା ବେଳେ କେହି ଜଣେ ବି ଉପସ୍ଥିତ ନଥିଲେ। ପୁଲିସ ଏହି ମାମଲାରେ ସମସ୍ତ ୮ ଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ହତ୍ୟାକାଣ୍ଡରେ ୩ ଜଣ ଆତଙ୍କବାଦୀ ସଂପୃକ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର